Latest Odisha News

BREAKING NEWS

ଦିଲ୍ଲୀ ହିଂସାରେ ପୋଲିସକୁ ବଡ ସଫଳତା : ପିଞ୍ଜରା ତୋଡ ସଂଗଠନର ୨ ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ରବିବାର ପୋଲିସକୁ ବଡ ସଫଳତା ମିଳିଛି । ପିଞ୍ଜରା ତୋଡ ସଂଗଠନର ୨ ମହିଳା ଲୋକଙ୍କୁ ଉସୁକାଉଥିବାର ପ୍ରମାଣ ପାଇବା ପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରୁଛି । ଏମାନଙ୍କ ନାମ ହେଲା ନତାଶା ଓ ଦେବଙ୍ଗନା ।

ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ମହିଳାମାନେ ହଠାତ ଏକତ୍ର ହୋଇଥିଲେ । ପରେ ଏଠାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣା ପଛରେ ଉପରୋକ୍ତ ୨ ମହିଳାଙ୍କ ହାତ ଥିଲା । ଏମାନଙ୍କ ବ୍ୟତୀତ ପୂର୍ବରୁ ଜାମିୟା-ମିଲିୟା-ଇସଲାମିୟାର ପୂର୍ବତନ ଛାତ୍ର ସଂଗଠନ ଅଧ୍ୟକ୍ଷ ଶିଫା-ଉର-ରେହମାନଙ୍କୁ ମଧ୍ୟ ଗିରଫ କରିଛି ।

Leave A Reply

Your email address will not be published.