Latest Odisha News

BREAKING NEWS

ଘନ କୁହୁଡି: ରାଜ୍ୟର ଉପକୂଳବର୍ତ୍ତୀ ୯ଟି ଜିଲ୍ଲାକୁ ସତର୍କତା ଜାରି

ଭୁବନେଶ୍ୱର : ଉପକୂଳବର୍ତ୍ତୀ ଓଡିଶାର ପ୍ରାୟ ୯ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ଯାଏଁ ଘନ କୁହୁଡି ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସତର୍କତା ଜାରି କରାଯାଇଛି ।

ମଙ୍ଗଳବାର ଦିନ ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏହି ଜଳବାୟୁ ଯୋଗୁଁ ଘନ କୁହୁଡି ସୃଷ୍ଟି ହେଉଛି ।

“ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଦିନ ସମୟରେ ପବନ ବୋହିବାର ସମ୍ଭାବନା ରହିଛି । ଦକ୍ଷିଣା-ପଶ୍ଚିମା ପବନ ଭୂପୃଷ୍ଠ ଆଡକୁ ଅପରାହ୍ନ ବେଳେ ବୋହିବାର ସମ୍ଭାବନା ରହୁଥିବା ବେଳେ ଏଥିଯୋଗୁଁ ସମୁଦ୍ରକୂଳରେ ଆଦ୍ରର୍ତା ସୃଷ୍ଟି ହୋଇଥାଏ । ଆହୁରି ମଧ୍ୟ ଓଡିଶା ଉପରେ ଏକ ଆଣ୍ଟି-ସାଇକ୍ଲୋନ ସର୍କୁଲେସନ ରହିଛି ଫଳରେ ଏହି ସବୁ କାରଣ ଯୋଗୁଁ ରାଜ୍ୟରେ ଘନ କୁହୁଡି ସୃଷ୍ଟି ହେଉଛି” ବୋଲି ସେ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ଏହିସବୁ କାରଣ ଯୋଗୁଁ ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘନ କୁହୁଡି ପ୍ରବାହିତ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

Leave A Reply

Your email address will not be published.