Latest Odisha News

ଭୁବନେଶ୍ୱର: ଟ୍ରକକୁ ପଛରୁ ପିଟିଲା ଆଉ ଏକ ଟ୍ରକ୍, ଚାଳକ ମୃତ

ଭୁବନେଶ୍ୱର : ସହରର ଉପାନ୍ତ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଟ୍ରକ୍ ଚାଳକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ଖୋର୍ଦ୍ଧାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ଭୂଆଷୂଣୀ ମନ୍ଦିର ନିକଟ ରାସ୍ତାରେ ଛିଡା ହୋଇଥିବା ଅନ୍ୟ ଏକ ଟ୍ରକ୍ ସହ ଧକ୍କା ହୋଇଥିଲା । ଐଥିରେ ଧକ୍କା ଦେଇଥିବା ଟ୍ରକ୍ ଚାଳକଙ୍କ ମୃତ୍ୟୁ ଘଟିଛି ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ନେଇ ଜଣାପଡିଛି ।

ତେବେ ଘନ କୁହୁଡି ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.