Latest Odisha News

BREAKING NEWS

ମଞ୍ଚ ତଳକୁ ଖସି ଟଳି ପଡ଼ିଲା ପାପାଚାରୀ କଂସ, ସରିଲା ଧନୁଯାତ୍ରା

ବରଗଡ଼: ଯେଉଁ ମଥୁରା ନଗରୀ ନୃଶଂସ କଂସର ଅଟ୍ଟହାସ୍ୟରେ ଫାଟି ପଡୁଥିଲା ସେଠି ଆଜି ଭଗବାନ ଶ୍ରୀକୃଷ୍ଣଙ୍କର ଜୟ ଜୟକାର ଧ୍ୱନୀରେ ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଛି । ଦୀର୍ଘ ୧୧ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ସେତିକିବେଳେ ସମାପ୍ତି ଘଟିଥିଲା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ମଞ୍ଚରେ ଆବାହନ କଲେ ଏବଂ ମଞ୍ଚତଳକୁ ଖସି ପଡ଼ି ଟଳି ପଡ଼ିଲା ପାପାଚାରୀ କଂସ ।

 

ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ଆଜି ଶେଷ ହୋଇଛି । ଅନ୍ତିମ ଦିବସରେ ଏହି ଧନୁଯାତ୍ରା ଦେଖିବାକୁ ସମଗ୍ର ବରଗଡ଼ ସହର ଭରପୁର ହୋଇଯାଇଥିଲା । ପାପାଚାରୀ କଂସର ଯବନିକା ପତ୍ତନ ଦେଖିବାକୁ ଦର୍ଶକଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା । ଅତ୍ୟାଚାରୀ କଂସର ମୃତ୍ୟୁରେ ତ୍ରାହି ତ୍ରାହି ଡ଼ାକୁଥିବା ମଥୁରାବାସୀ ଆଜି ପରାଧୀନତାରୁ ମୁକ୍ତ ହୋଇଛନ୍ତି । ଭଗବାନ ଶ୍ରୀକୃଷ୍ଣ ତ୍ରାଣକର୍ତ୍ତା ସାଜି ଗର୍ବ, ଅହଂକାର ଏବଂ ପାପାଚାରକୁ ଧ୍ୱଂସ କରି ମଥୁରାନଗରୀରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି ।

Leave A Reply

Your email address will not be published.