Latest Odisha News

BREAKING NEWS

ଅଛୁଆଁ ହୋଇ ପଡି ରହିଲେ କରୋନା ମୃତକ: ଟ୍ରାକ୍ଟରରେ ମଶାଣିକୁ ବୋହି ନେଲେ ଡାକ୍ତର

ହାଇଦ୍ରାବାଦ: ହଜି ଯାଉଛି ମାନବିକତା । କରୋନା କଷ୍ଟ ଠାରୁ ବଳିଯାଉଛି ଅମାନବିକତାର ଦାରୁଣ ଦୃଶ୍ୟ ।

ଘଣ୍ଟା ଘଣ୍ଟା ପଡି ରହିଲା କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ ଦେହ । ସଂକ୍ରମଣ ଭୟରେ ମିଳିଲାନି ଚାରି କାନ୍ଧ । ଶେଷରେ ମୃତକଙ୍କୁ ଶ୍ମଶାନ ଯାଏଁ ବୋହି ନେଲେ ଡାକ୍ତର।

ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାର ପେଡ୍ଡାପଲୀ ଜିଲ୍ଲାରେ। ସୋମବାର ଦିନ ଏଠାକାର ଏକ ସରକାରୀ ଡାକ୍ତରଖାନାରେ ଜଣେ କରୋନାରେ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ତାଙ୍କର ମୃତଦେହ ସେଠାରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା।

ସଂକ୍ରମିତ ବ୍ୟକ୍ତିଙ୍କ ମୃତଦେହକୁ ନେବା ପାଇଁ ତାଙ୍କ ପରିବାରର କେହିବି ଆସିଲେ ନାହିଁ। ଏହାଛଡା ମ୍ୟୁନିସିପାଲିଟି ଗାଡି ଡ୍ରାଇଭର୍ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ମୃତଦେହକୁ ଶ୍ମଶାନ ନେବା ପାଇଁ ମନା କରି ଦେଇଥିଲା।

ତେବେ ଜଣେ ସହୃଦୟ ଡାକ୍ତର ଏଥିପାଇଁ ଆଗକୁ ଆସିଥିଲେ। ସବୁଆଡୁ ନିରାଶ ହେବା ପରେ ଏକ ଟ୍ରାକ୍ଟରରେ ସେହି ମୃତଦେହକୁ ରଖି ନିଜେ ଟ୍ରାକ୍ଟର ଚଲାଇ ଶ୍ମଶାନ ଯାଇଥିଲେ ।

ଏହି ସଙ୍କଟ ସମୟରେ ମୃତ ବ୍ୟକ୍ତିଙ୍କ ପ୍ରତି କାହାର ସମବେଦନା ନଥିବା ବେଳେ ଡାକ୍ତର ଜଣକ ପିପିଇ କିଟ୍ ପିନ୍ଧି ମୃତଦେହକୁ ଶ୍ମଶାନଘାଟ ପର୍ଯ୍ୟନ୍ତ ନେଇଥିଲେ। ନିଜ ଜୀବନକୁ ପାଣି ଛଡାଇ ଶ୍ମଶାନରେ ସେ ଯଥାରୀତିରେ ମୃତକଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିବା ସୂଚନା ମିଳିଛି।

“ଜଣେ ମେଡିକାଲ୍ ଅଫିସର୍ ଭାବେ ମୃତଦେହକୁ ଯଥାରୀତିରେ ଅନ୍ତିମ ସଂସ୍କାର କରିବା ମୋର ନୈତିକ ଦାୟିତ୍ୱ। ମୁଁ ଏଥିପାଇଁ ଚଲାଇଲି, ଯେପରି ଡ୍ରାଇଭରଙ୍କୁ ଲାଗିବ ଯେ କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ସାମିଲ୍‌ ହେବା ପ୍ରଶାସନର ଦାୟିତ୍ୱ ଏବଂ ଏହାର ପାଳନ ମଧ୍ୟ କରାଯିବା ଦରକାର।” ବୋଲି ଡାକ୍ତର ଜଣଙ୍କ କହିଛନ୍ତି ।

Leave A Reply

Your email address will not be published.