Latest Odisha News

ପବିତ୍ର ଦୋଳ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ କିଭଳି ରହିଛି ନୀତିନିର୍ଘଣ୍ଟ, ଜାଣନ୍ତୁ

ପୁରୀ: ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଦୋଳ ପୂର୍ଣ୍ଣିମା ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ ।

ଆସନ୍ତା ୯ ତାରିଖରେ ଆରମ୍ଭ ହେବାକୁ ଥିବା ଦୋଳ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ଶ୍ରଦ୍ଧାଳୁମାନଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । ଯାହାକୁ ଦେଖିବା ଲାଗି ପୁରୀ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ ।

ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହୋଇଥିବା ବୈଠକରେ ଏନେଇ ଚୂଡାନ୍ତ ହୋଇଛି । ନୀତି ନିର୍ଘଣ୍ଟ ଅନୁଯାୟୀ ସକାଳ ୮ଟାରୁ ରାତି ୧୦ ଯାଏଁ ମହାପ୍ରଭୁ ସୁନାବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ ।

  • ଭୋର୍ ୩ଟାରେ ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ ।
  • ସାଢେ ୬ଟାରେ ସର୍ବାଙ୍ଗ ଓ ନୂଆ ଲୁଗା ଲାଗି ବେଶପରେ ଖଇକୋରା ଭୋଗ, ଭିତର ବେଢା
  • ଶେଷ ହୋଇ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ ।
  • ସକାଳ ୮ଟାରୁ ସାଢେ ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ନୀତି ଅନୁଷ୍ଠିତ ହେବ ।
  • ୯ଟା ୪୫ମି.ରେ ନାଭିକଟା ମଣ୍ଡପ ନୀତି ପରେ ପୂର୍ବାହ୍ନ ୧୦ଟାରେ ବିମାନକୁ ବିଜେ କରିବେ ଦିଅଁ । ପରେ ସାଢେ ୧୧ଟା ଯାଏଁ ବିମାନ ବେଢା ନୀତି ଅନୁଷ୍ଠିତ ହେବ ।
  • ସାଢେ ଗୋଟାଏରେ ଶେଷ ହେବ ଭୋଗ ମଣ୍ଡପ ନୀତି ।
  • ରାତି ୯ଟାରେ ଦୋଳବେଦୀ ନୀତି ଏବଂ ୧୦ଟାରେ ବେଢା ଶେଷ ହେବ ।
  • ରାତି ୧୦ଟା ୩୫ରେ ରାଜାଧିରାଜ ବେଶ ମଇଲମ, ସାଢେ ୧୧ଟାରେ ମହାସ୍ନାନ ନୀତି ଶେଷ ହେବ ।
  • ପରେ ରାତି ପ୍ରାୟ ୩ଟା ୧୫ମି.ରେ ବଡ ସିଂହାର ବେଶ ଓ ରାତି ପ୍ରାୟ ୩ଟା ୪୫ମି.ରେ ରାତ୍ର ପହୁଡ ନୀତି ଅନୁଷ୍ଠିତ ହେବ ।
Leave A Reply

Your email address will not be published.