Latest Odisha News

BREAKING NEWS

କରୋନାକୁ ନେଇ ମାନସିକ ସ୍ତରରେ ଦୁର୍ବଳ ହୁଅନ୍ତୁ ନାହିଁ : ଡାକ୍ତର ଅଶୋକ ମହାପାତ୍ର

ଭୁୁବନେଶ୍ୱର: କରୋନା ନେଇ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଏକ ସାଧାରଣ ଶ୍ୱାସ ଜନିତ ରୋଗ । ୮୦ରୁ ୮୫ ପ୍ରତିଶତ ରୋଗୀ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି । ତେଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ୧୯ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏମସ୍‌ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଅଶୋକ ମହାପାତ୍ର ।

ଯେଉଁ ରୋଗୀମାନେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରନ୍ତି ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଏ । ଏହି ଭଳି ରୋଗୀଙ୍କ ସଂଖ୍ୟା ମାତ୍ର ୫ ପ୍ରତିଶତ । ତେଣୁ ରୋଗ ହେଲେ ନ ଡରି ସାହାସର ସହ ଯୁଦ୍ଧ କରି ଜିତନ୍ତୁ ବୋଲି କହିଛନ୍ତି ଡାକ୍ତର ମହାପାତ୍ର ।

ମହାମାରୀ ଆସିଛି ଆଉ ଯିବ । ତେବେ ଏହାର ମୁକାବିଲା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ରହନ୍ତୁ । ବର୍ଷେ ଦୁଇ ବର୍ଷ ଯାଏଁ ଆମେ ସତର୍କ ରହିବାକୁ ପଡିବ । ଖୁବ୍ ଶୀଘ୍ର ଏ ନେଇ ଟିକା ବାହାରିବ । ସେ ଯାଏଁ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ମାନିବା ନେଇ ଡାକ୍ତର ମହାପାତ୍ର ଗୁରୁତ୍ୱ ଦେଇଛନ୍ତି ।

Leave A Reply

Your email address will not be published.