Latest Odisha News

BREAKING NEWS

କନଷ୍ଟେବଳଙ୍କ କାରନାମା, ଭାଇରାଲ ହେଲା ଭିଡିଓ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ଉମରକୋଟ ନିକଟରେ ଜଣେ ନିଶାଗ୍ରସ୍ତ କନଷ୍ଟେବଳଙ୍କ କଳା କାରନାମା ଦେଖିବାକୁ ମିଳିଛି । ଏକ ଭିଡିଓ ଭାଇରାଲ ହେବା ପରେ ଏହି କନଷ୍ଟେବଳଙ୍କ କାରନାମା ନଜରକୁ ଆସିଥିଲା ।

ସୂଚନା ଅନୁଯାୟୀ ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ନିଶାଗ୍ରସ୍ତ ପୋଲିସ କନଷ୍ଟେବଳ ଜଣଙ୍କ ଉମରକୋଟ ପୋଲିସ ପୋଷ୍ଟ ଠାରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କୁ ଅଟକାଇ ତାଙ୍କର ଫୋନ ନମ୍ବର ମାଗୁଛନ୍ତି ଓ ତାପରେ ଉକ୍ତ ମହିଳାଙ୍କୁ ଗାଳିଗୁଲଜ କରିବା ସହ ରାସ୍ତା ଉପରେ ଡ୍ୟାନ୍ସ କରୁଛନ୍ତି ।

ଅନ୍ୟପକ୍ଷରେ ଲୋକଙ୍କୁ ସୁରକ୍ଷା ଦେବାପାଇଁ ୪ଦିନ ତଳେ ଉମରକୋଟ ବସଷ୍ଟାଣ୍ଡ ନିକଟରେ ଏହି ପୋଲିସ ପୋଷ୍ଟ ଉଦଘାଟନ କରାଯାଇଥିଲା । ସମ୍ପୃକ୍ତ କନଷ୍ଟେବଳଙ୍କ ନାମ ସୁରେଶ ପାତ୍ର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ମହିଳା ଜଣଙ୍କ ନିଜ ପରିବାର ସହ ଉମରକୋଟ ପୁରୁଣା ବସଷ୍ଟାଣ୍ଡ ନିକଟକୁ ଗୁପଚୁପ ଖାଇବାକୁ ଯାଇଥିଲେ ।

Leave A Reply

Your email address will not be published.