Latest Odisha News

BREAKING NEWS

ପୁଣି ବଢ଼ିଲା ଟ୍ୟାକ୍ସ ରିଟର୍ଣ୍ଣ ତାରିଖ

ନୂଆଦିଲ୍ଲୀ: ପୁଣି ଘୁଂଚିଲା ଇନକମ୍ ଟ୍ୟାକ୍ସ ପଇଠ ତାରିଖ । ୨୦୧୯-୨୦ ପାଇଁ ଟ୍ୟାକ୍ସ ପଇଠ ତାରିଖରେ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ରିଟର୍ଣ୍ଣର ଶେଷ ତାରିଖ ନଭେମ୍ବର ୩୦ ରହିଛି ।

ପୂର୍ବରୁ ଟ୍ୟାକ୍ସ ରିଟର୍ଣ୍ଣ କରିବାର ଶେଷ ତାରିଖ ଜୁଲାଇ ୩୧ରୁ ଅକ୍ଟୋବର ୩୧ ଯାଏଁ ଥିଲା । ତେବେ ଏହାକୁ ଆଉ ଏକ ମାସି ପାଇଁ ବୃଦ୍ଧି କରାଯାଇଛି । ଟ୍ୟାକ୍ସ ଅଡିଟ୍ ତାରିଖ ବଢାଯାଇ ୨୦୨୦ ସେପ୍ଟେମ୍ବର ୩୦ରୁ  ବଢାଯାଇ ୨୦୨୦ ଅକ୍ଟୋବର ୩୧ କରାଯାଇଛି।

ସେହିପରି ୨୫ ପ୍ରତିଶତ ଟିଡିଏସ୍ ଓ ଟିସିଏସ୍ ହ୍ରାସ ନେଇ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଟିଡିଏସ୍ ଓ ଟିସିଏସ୍ ହ୍ରାସ କରାଯିବ । ଏହାଦ୍ୱାରା ୫୦ ହଜାର କୋଟି ଟଙ୍କାର ଲାଭ ସାଧାରଣ ଜନତାକୁ ମିଳିବ। ଏହି  ନିଷ୍ପତ୍ତି କାଲିଠୁ ଲାଗୁ ହେବ।

Leave A Reply

Your email address will not be published.