Latest Odisha News

BREAKING NEWS

ମୁମ୍ବାଇ ଲାଲବାଗରେ ଏବର୍ଷ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା ରାଜା ଗଣେଶ ଉତ୍ସବ ମଣ୍ଡଳ ।

ଲାଲବାଗରେ ଏବର୍ଷ ଗଣେଶ ଉତ୍ସବ ବଦଳରେ ଆରୋଗ୍ୟ ଉତ୍ସବ ପାଳନ କରାଯିବ । ଗଣେଶ ପୂଜା ଅବସରରେ ଆୟୋଜନ କମିଟି ରକ୍ତଦାନ ଶିବିରି ଓ ପ୍ଲାଜମା ଥେରାପି କ୍ୟାମ୍ପ କରିବ ।

ମୁମ୍ବାଇ ପାରେଲ ସ୍ଥିତ ଲାଲବାଗ ଗଣେଶ ପୂଜାର ସ୍ୱତନ୍ତ୍ରତା ରହିଛି । ଏଠାରେ ୧୧ ଦିନ ଧରି ବିଘ୍ନ ବିନାଶକଙ୍କ ପୂଜାର୍ଚ୍ଚନା କରାଯାଏ । ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହୁଏ । ଏବର୍ଷ କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂଜା ଆୟୋଜନକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.