Latest Odisha News

BREAKING NEWS

୨ଟି ରୌପ୍ୟ ପାଇ ଇତିହାସ ରଚିଲେ ଦୂତି ଚାନ୍ଦ, ୨୦୦ ମିଟରରେ ଜିତିଲେ ରୌପ୍ୟ ପଦକ

ଜାକର୍ତ୍ତା: ଏସୀୟ କ୍ରୀଡ଼ାରେ ପୁଣି ଇତିହାସ ରଚିଛନ୍ତି । ମହିଳା ୨୦୦ ମିଟର ଦୌଡ଼ରେ ଦୂତିଙ୍କୁ ମିଳିଲା ରୌପ୍ୟ ପଦକ । ସୁନ୍ଦର ଦୌଡ଼ ପ୍ରଦର୍ଶନ କରି ଦୂତି ଏସୀଆନ ଗେମ୍ସରେ ଆଜି ଭାରତ ଲାଗି ୨ୟ ରୌପ୍ୟ ପଦକ ହାସଲ କରିପାରିଛନ୍ତି ।

ଦୂତି ଚାନ୍ଦ ଏହି ୨୦୧୮ ମସିହା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରି ୧୦୦ ମିଟରରେ ୨ୟ ହୋଇ ରୌପ୍ୟ ପଦକ ଜିତିଥିଲେ । ଆଜି ଦୂତି ଚମତ୍କାର ଦୌଡ଼ ପ୍ରଦର୍ଶନ କରି ୨ୟ ସ୍ଥାନରେ ରହିଥିଲେ । ଦୂତିଙ୍କୁ ୨୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ମିଳିଛି ।

ଉଭୟ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ରୌପ୍ୟ ପଦକ ପାଇ ଦୂତି ଇତିହାସ ରଚିଛନ୍ତି ।

ଦୂତିଙ୍କ ଏହି ବିରଳ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

 

ମୁଖ୍ୟମନ୍ତ୍ରୀ ଟ୍ୱିଟ୍ଟ କରି ଲେଖିଛନ୍ତି, “ଦୂତି ଚାନ୍ଦ, ତୁମକୁ ଅଭିନନ୍ଦନ । ଆମ ନିଜର ଦୌଡ଼ରାଣୀ ଭାରତ ଲାଗି ୨୦୦ ମିଟର ଓ ୧୦୦ ମିଟରରେ ରୌପ୍ୟ ପଦକ ଜିତି ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି । ଏସୀୟ କ୍ରୀଡ଼ାରେ ଦେଶ ଲାଗି ୨ଟି ରୌପ୍ୟ ପଦକ ହାସଲ କରିଥିବାରୁ ସାରା ଓଡ଼ିଶା ଓ ସମଗ୍ର ଜାତି ତୁମ ପାଇଁ ଗର୍ବିତ । ”

ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ହାସଲ କରିବା ପରେ ଦୂତିଙ୍କୁ ଦେଶର ସବୁଆଡୁ ଶୁଭେଚ୍ଛାର ସୂଅ ଛୁଟି ଆସୁଛି । ଦୂତିଙ୍କୁ କେନ୍ଦ୍ର କ୍ରୀଡ଼ା ମନ୍ତୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.