Latest Odisha News

BREAKING NEWS

ମଣିପୁର ଓ ମେଘାଳୟରେ ଭୁମିକମ୍ପ ଝଟକା

ନୂଆଦିଲ୍ଲୀ: ମଣିପୁର ଓ ମେଘାଳୟରେ ରବିବାର ଦିନ ସାମାନ୍ୟ ଭୁମିକମ୍ପର ଝଟକା ଅନୁଭୂତ ହୋଇଛି ।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜିର ରିପୋର୍ଟ ଅନୁଯାୟୀ ମଣିପୁରର ଶିରୁଇ ଠାରେ ହୋଇଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୩ ମପା ଯାଇଥିଲା । ଆଜି ଦିନ ୨ଟା ୪୯ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା ।

ଆହୁରି ମଧ୍ୟ ଏହି ଏଜେନ୍ସିର ରିପୋର୍ଟ ଅନୁଯାୟୀ ଶିରୁଇ ଠାରୁ ୧୨କିମି. ଦୂର ପଶ୍ଚିମଦକ୍ଷିଣ ପଶ୍ଚିମ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ।

ସେହିପରି ମେଘାଳୟର ତୁରା ଠାରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ମପା ଯାଇଥିଲା । ଆଜି ଦିନ ୧୨ଟା ୨୪ମି. ସମୟରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଜେନ୍ସିର ରିପୋର୍ଟ ଅନୁଯାୟୀ ତୁରା ଠାରୁ ୩୫ କିମି. ଦୂର ଉତ୍ତରଉତ୍ତରପୂର୍ବ ଅଞ୍ଚଳରେ ଏହି ଭୁମିକମ୍ପ ଅନୁଭୂତ ହୋଇଥିଲା ।

ତେବେ ଭୁମିକମ୍ପର ସଠିକ୍ କେନ୍ଦ୍ର କେଉଁଠି ଥିଲା ଏବଂ ଏହା ଫଳରେ କଣ କ୍ଷୟକ୍ଷତି ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.