Latest Odisha News

BREAKING NEWS

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ସପୁରୀ ରସ..

ନିଜ ଲୋଭନୀୟ ବାସ୍ନାରେ ପାଟିରୁ ଲାଳ ଗଡେଇ ଆଣୁଥିବା ଏକ ଫଳ ହେଉଛି ସପୁରୀ । ଜୁସ୍, ଖଟେଇ, ଟୁଟିଫ୍ରୁଟି, ଏପରିକି ବିଟଲୁଣ ଓ ଲଙ୍କାଗୁଣ୍ଡ ସହ ପାଚିଲା ସପୁରୀର ସ୍ୱାଦ ନିଆରା।

ତେବେ ପାଟିସୁଆଦ ସହିତ ସପୁରୀର ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬, ବି-୯, ଭିଟାମିନ୍‌ -ସି ଆଦି ଭରପୂର ମାତ୍ରାରେ ରହିଛି।

ସପୁରୀରେ ପ୍ରଚୁର ପରିମାଣରେ ପୋଟାସିୟମ ରହିଥାଏ।

ଆୟୁବେର୍ଦ ଅନୁସାରେ ସପ୍ତାହରେ ୨-୩ଥର ସପୁରୀ ରସ ପିଇଲେ ଉଚ୍ଚ ରକ୍ତଚାପ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଏହାକୁ ନିତ୍ୟ ସେବନ କଲେ ଶରୀରରେ କୋଲେଷ୍ଟରଲ ସ୍ତର ନିୟନ୍ତ୍ରିତ ରହିଥାଏ। ଯାହା ଫଳରେ ରକ୍ତସଞ୍ଚାଳନ ସ୍ବାଭାବିକ ଭାବେ ହୋଇଥାଏ ।

ଏହା ହୃଦଘାତ ତଥା କିଡ୍‌ନୀ ଜନିତ ସମସ୍ୟାରେ ମହୌଷଧୀ ସଦୃଶ କାର୍ଯ୍ୟ କରିଥାଏ।

Leave A Reply

Your email address will not be published.