Latest Odisha News

BREAKING NEWS

ରାସ୍ତା ମଝିରେ ଘଣ୍ଟାଘଣ୍ଟା ଧରି ଛିଡାହେଲା ହାତୀ, ଲୋକେ ଭୟଭୀତ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଜଙ୍ଗଲ ଅଞ୍ଚଳରେ ମଙ୍ଗଳବାର ଦିନ ଏକ ହାତୀ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ଫଳରେ ଯାତ୍ରୀ ମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଖବର ଅନୁଯାୟୀ, ୪୦ ଜଣ ଯାତ୍ରୀଙ୍କୁ ନେଇ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଆଜି ସକାଳେ ଭବାନୀପାଟଣରୁ ରାମପୁର ଯାଉଥିଲା । ଉକ୍ତ ରାସ୍ତାରେ ହାତୀ ଛିଡା ହୋଇଥିବା ଦେଖି ଡ୍ରାଇଭର ଜଣକ ହଠାତ୍ ଗାଡିଟିକୁ ଅଟକାଇଥିଲେ।

ଉକ୍ତ ହାତୀଟି ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତା ମଝିରେ ଛିଡା ହେବାପରେ ଜଙ୍ଗଲ ଭିତରକୁ ପଳାଇଯାଇଥିଲା ।

ଏନେଇ କର୍ଲାପାଟ ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି “ସାଧାରଣତଃ ହାତୀମାନେ ରାତିରେ କର୍ଲାପାଟ ଜଙ୍ଗଲ ଅଞ୍ଚଳରେ ବୁଲନ୍ତି। କିନ୍ତୁ ହାତୀଟିକୁ ଏଭଳି ଦିନରେ ବୁଲୁଥିବା ଦେଖି ଗ୍ରାମବାସୀ ମାନେ ଏକପ୍ରକାର ଭୟଭୀତ ହୋଇପଡିଛନ୍ତି” ।

ଉଲ୍ଲେଖଯୋଗ୍ୟ, ବନ ବିଭାଗ ପକ୍ଷରୁ କର୍ଲାପାଟ ଜଙ୍ଗଲକୁ ଓଡିଶାର ଏକ ହାତୀ କରିଡର ଭାବରେ ଘୋଷଣା କରାଯାଇଛି।

Leave A Reply

Your email address will not be published.