Latest Odisha News

BREAKING NEWS

ଅନୁଗୁଳରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡାପା ବନାଞ୍ଚଳ ଲକ୍ଷ୍ମୀପୁର ଜଙ୍ଗଲରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି ।

ହାତୀ ମୃତ୍ୟୁ ନେଇ ଗ୍ରାମବାସୀ ମାନଙ୍କଠାରୁ ସୂଚନା ପାଇ ହଣ୍ଡାପା ରେଞ୍ଜ ଅଧିକାରୀ ଚୈତ୍ୟନ ବେହେରା ଘଟଣା ସ୍ଥଳରେ ପହଞ୍ଚିଥିଲେ। ପରେ ଦନ୍ତା ହାତୀର ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ବାରହା ଶିକାର ପାଇଁ ଶିକାରୀଙ୍କ ପକ୍ଷରୁ ବିଦ୍ୟୁତ ତାର ବିଛା ଯାଇଥିବାବେଳେ ଏହାର ସଂସ୍ପର୍ଶରେ ଆସି ହାତୀଟି ମୃତ୍ୟୁବରଣ କରିଥିବା ନେଇ ସାଧାରଣରେ ସନ୍ଦେହ ପ୍ରକାଶ  କରାଯାଉଛି ।

ତେବେ ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନ ଅଧିକାରୀ ମାନେ କହିଛନ୍ତି ।

Leave A Reply

Your email address will not be published.