Latest Odisha News

BREAKING NEWS

ଆଜିର ଦିନରେ ଖେଳାଯାଇଥିଲା ୨୦୧୯ ବିଶ୍ୱକପ୍ କ୍ରିକେଟର ରୋମାଞ୍ଚକର ଫାଇନାଲ୍ ମୁକାବିଲା

ଗତବର୍ଷ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ବିଶ୍ୱକପ କ୍ରିକେଟର ରୋମାଞ୍ଚକର ଫାଇନାଲ ମୁକାବିଲାକୁ ବୋଧେ କେହି କେବେ ଭୁଲି ପାରିବେ ନାହିଁ । କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସରେ ଐତିହାସିକ ବିଜୟ ହାସଲ କରିଥିଲା ଆୟୋଜକ ଇଂଲୀଶ ବାହିନୀ । ପ୍ରଥମ ଥର ବିଶ୍ୱ ବିଜୟୀ ହୋଇଥିଲା ଇଂଲଣ୍ଡ । ଗତବର୍ଷ ଆଜିର ଦିନରେ ଏହି ମ୍ୟାଚ୍ ଖେଳାଯାଇଥିଲା ।
ବିଶ୍ୱକପ କ୍ରିକେଟ ଇତିହାସରେ ଏମିତି ଫାଇନାଲ୍ ଫାଇଟ୍ କେବେ ହୋଇନଥିଲା । ପୂରା ମ୍ୟାଚରେ ଭରି ରହିଥିଲା ରୋମାଞ୍ଚ । ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଭିତରେ କାଣ୍ଟେ କା ଟକ୍କର ହୋଇଥିଲା । ଶେଷ ବଲ୍ ଯାଏ ବରାବର ସ୍ଥିତି ରହିଲା । ଶେଷରେ ଆଇସିସି ବାଉଣ୍ଡ୍ରି ଲାଇନ୍ ନିୟମ ଅନୁସାରେ ବାଜି ମାରିଲା ଇଂଲଣ୍ଡ । ରନର୍ସ ଅପରେ ସନ୍ତୁଷ୍ଟ ହେଲା କିଓ୍ୱି ଦଳ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ୮ ଓ୍ୱିକେଟରେ କରିଥିଲା ୨୪୧ ରନ୍ । ଜବାବରେ ଇଂଲଣ୍ଡ ୨୪୧ ରନରେ ଅଲଆଉଟ୍ ହୋଇଥିଲା ।
ମ୍ୟାଚ୍ ଡ୍ର ରହିବାରୁ ଖେଳାଯାଇଥିଲା ସୁପର ଓଭର୍ । ତେବେ ଆଶ୍ଚର‌୍ୟ୍ୟଜନକ ଭାବରେ ସୁପର ଓଭର ବି ଟାଇ ହୋଇଥିଲା । ଶେଷରେ ଇନିଂସରେ ଅଧିକ ଚୌକା ଓ ଛକ୍କା ମାରିଥିବା ଆୟୋଜକ ଇଂଲଣ୍ଡ ନିଜ ନାଁରେ କରିଥିଲା ବିଶ୍ୱକପ୍ । ନ୍ୟୁଜିଲାଣ୍ଡ ୨ଟି ଛକା ଓ ୧୪ ଚୌକା ପିଟିଥିଲା । ଇଂଲଣ୍ଡ ମାରିଥିଲା ୨ଟି ଛକା ଓ ୨୨ ଚୌକା ।

Leave A Reply

Your email address will not be published.