Latest Odisha News

BREAKING NEWS

କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ

ଓ୍ବାଶିଂଟନ: କରୋନା ଯୋଗୁ ସମସ୍ତ ଆନ୍ତର୍ଜାତୀୟ ଗଲ୍ଫ ଟୁର୍ଣ୍ଣାମେଂଟ ବାତିଲ କରାଯାଇଛି।  ଜର୍ମାନୀରେ ଆୟୋଜନ ହେବାକୁ ଥିବା ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ ଓ ଫ୍ରାନ୍ସରେ ଓପନ୍‌ ଡି ଫ୍ରାନ୍ସ ଗଲ୍ଫ ଟୁର୍ନାମେଣ୍ଟ ବାତିଲ ହୋଇଛି। ବିଏମ୍‌ଡବ୍ଲ୍ୟୁ ଅନ୍ତର୍ଜାତୀୟ ଓପନ୍‌ ମ୍ୟୁନିକ୍‌ରେ ଜୁନ୍‌ ୨୫ରୁ ଆରମ୍ଭ ହୋଇ ୨୮ ତାରିଖରେ ଶେଷ ହେବାର କାର୍ୟକ୍ରମ ଥିଲା। ସେହିପରି ଓପନ ଡି ଫ୍ରାନ୍ସ ଏହାର ଗୋଟିଏ ସପ୍ତାହ ପରେ ଆୟୋଜନ ହେବାର କାର୍ୟ୍ୟକ୍ରମ ରହିଛି।

ଜର୍ମାନ ଚାନ୍ସଲର ଆଞ୍ଜେଲା ମେର୍କେଲ ସର୍ବସାଧାରଣରେ ଲୋକଙ୍କୁ ଏକାଠି ହେବାକୁ ଅଗଷ୍ଟ ୩୧ ତାରିଖ ପର୍ୟ୍ୟନ୍ତ ବ୍ୟାନ କରିଛନ୍ତି। ଫ୍ରାନ୍ସ ସରକାର ମଧ୍ୟ ଜୁଲାଇ ମଧ୍ୟ ପର୍ୟ୍ୟନ୍ତ ସମାନ ନୀତି ଆପଣାଇଛନ୍ତି। ସ୍କଟିଶ ଓପନ୍‌ ଜୁଲାଇ ୯ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ୟ୍ୟକ୍ରମ ରହିଛି। ଏହାକୁ ଏକ ନୂଆ ତାରିଖରେ ଆୟୋଜନ କରାଯିବା ପାଇଁ ଆଲୋଚନା ଚାଲିଛି।

Leave A Reply

Your email address will not be published.