Latest Odisha News

BREAKING NEWS

ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କ ଦେହାନ୍ତରେ ବିଶିଷ୍ଟ କ୍ରୀଡାବିତଙ୍କ ଶୋକପ୍ରକାଶ

ମୁମ୍ବାଇ: ପୂର୍ବତନ ଭାରତୀୟ ଅଲରାଉଣ୍ଡର ବାପୁ ନାଦକର୍ଣ୍ଣିଙ୍କର ଶୁକ୍ରବାର ଦିନ ମୁମ୍ବାଇସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବହୁ ଜଣାଶୁଣା କ୍ରୀଡାବିତ୍ ମାନେ ଶୋକ ପ୍ରକାଶ କରିଛନ୍ତି ।

ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା । ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟା ଯୋଗୁଁ ମୃତ୍ୟୁବରଣ କରିଥିବା ନେଇ ତାଙ୍କ ପରିବାର ବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି ।

ତାଙ୍କ ଦେହାନ୍ତରେ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଓ ସଚିନ ତେନ୍ଦୁଲକର ଭଳି ଖେଳାଳିମାନେ ଟ୍ୱିଟ କରି ଶୋକ ବ୍ୟକ୍ତ କରିଥିଲେ ।

ଏହାବ୍ୟତିତ ବିସିସିଆଇ ମଧ୍ୟ ନାଦକର୍ଣ୍ଣିଙ୍କ ବିୟୋଗରେ ଶୋକ ପ୍ରକାଶ କରି ଟ୍ୱିଟ କରିଥିଲେ ।

ସୂଚନାଯୋଗ୍ୟ, ୧୯୩-୬୪ରେ ମାଡ୍ରାସରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଏକ ବିରଳ କୀର୍ତ୍ତି ରଚିଥିଲେ । ସେହି ମ୍ୟାଚରେ ତାଙ୍କର ବୋଲିଂ ଚିତ୍ର ୩୨-୨୭-୫-୦ ରହିଥିବା ବେଳେ ତାଙ୍କ ନାମରେ ଗୋଟିଏ ଟେଷ୍ଟରେ ଲଗାତାର ଭାବେ ୨୧ ଓଭର ମେଡେନ୍ ନେବାର ରେକର୍ଡ ରହିଛି ।

ନାସିକରେ ଜନ୍ମଗ୍ରହଣ କରିଥିବା ଏହି ଖେଳାଳି ଜଣକ ନିଜ କ୍ରୀକେଟ୍ କ୍ୟାରିୟରରେ ଅନେକ କୀର୍ତ୍ତିମାନ ରଚିଥିବା ବେଳେ ୧୯୬୮ ମସିହାରେ ଅକଲାଣ୍ଡ ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପରେ ସେ ଅବସର ଗ୍ରହଣ କରିଥିଲେ ।

 

Leave A Reply

Your email address will not be published.