Latest Odisha News

BREAKING NEWS

ଶ୍ରୀନଗରରେ ଗ୍ରେନେଡ଼ ବିସ୍ଫୋରଣ: ଜଣେ ଯବାନ ଗୁରୁତର ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ଲାଲ ବଜାର ପୋଲିସ ଷ୍ଟେସନ ଅଞ୍ଚଳରେ ଗୁରୁବାର ଦିନ ଗ୍ରେନେଡ଼୍ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ଏହା ପୂର୍ବରୁ ଗତ ବୁଧବାର ଲାୱେପୋରାରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳି ବିନିମୟରେ ହୋଇଥିଲା। ଏହି ଗୁଳି ବିନିମୟରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ସିଆରପିଏଫ୍‌ ଜଣେ ଯବାନ ସହିଦ ହୋଇଥିଲେ। ସହିଦ ହେବା ପୂର୍ବରୁ ଉକ୍ତ ଯବାନ ରମେଶ ରଞ୍ଜନ ଦେଶ ପାଇଁ ଯେଭଳି ଭାବେ ବୀରତ୍ବର ସହିତ ନିଜ ଜୀବନକୁ ବଳି ଦେଇଯାଇଛନ୍ତି ତାହାକୁ ନେଇ ସବୁ ମହଲରେ ପ୍ରଶଂସା କରାଯାଉଛି।

ତେବେ ଆଜିର ଏହି ଆକ୍ରମଣ ପଛରେ ଲସ୍କର-ଏ-ତୈଏବା, ହିଜବୁଲ ମୁଜାହିଦ୍ଦୀନ ଏବଂ ଆଇଏସଜେକେର ୩ ଜଣ ଆତଙ୍କୀଙ୍କ ହାତ ଅଛି। ଆତଙ୍କୀ ଜିୟା ଉର ରହମାନ, ଖତୀବ ମୃତ୍ୟୁବରଣ କରିଥିବା ବେଳେ ଆତଙ୍କୀ ଉମର ପ୍ୟୟାଜକୁ ଗିରଫ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।

ଅନ୍ୟପକ୍ଷରେ ଜଣେ ପୁଲିସ ଅଧିକାରୀଙ୍କ କହିବା ଅନୁଯାୟୀ, କାଚ ଗୁଣ୍ଡ ବିଛାଯାଇ ଏହି ଗ୍ରେନେଡ଼୍ ଆକ୍ରମଣ ହୋଇଛି। ଘଟଣାର ଏବେ ସୁଦ୍ଧା ତଦନ୍ତ ଜାରି ରହିଛି।

Leave A Reply

Your email address will not be published.