Latest Odisha News

BREAKING NEWS

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ ରହିଛି । ବାଣାସୁରକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି । ବାଣାସୁର ନାମକ ଜଣେ ଅସୁରକୁ ବଧ କରିବା ଲାଗି ମାତା ଆଦିଶକ୍ତିଙ୍କ ଏକ ଅଂଶ ଜନ୍ମ ଗ୍ରହଣ କରିଥିଲେ । ସେହି ଦେବୀ ଭଗବାନ ଶିବଙ୍କୁ ବିବାହ କରିବା ଲାଗି ଇଛା ପ୍ରକଟ କଲେ । ମାତ୍ର ଦେବୀ ବିବାହ କଲେ ବାଣାସୁରକୁ ମାରିପାରିନଥାନ୍ତେ । ଏଥିପାଇଁ ଦେବତାମାନେ ଏକ ଚକ୍ରାନ୍ତ କଲେ ।ସେମାନେ ନାରଦଙ୍କୁ ଲଗାଇ ଦେବୀଙ୍କ ବିବାହରେ ବିଘ୍ନ ସୃଷ୍ଟି କଲେ ।

ଦେବୀଙ୍କୁ ବିବାହ କରିବା ଲାଗି ମହାଦେବ ଯାଉଥିବା ସମୟରେ ନାରଦ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ । ଶେଷରେ ସୁଚିନ୍ଦ୍ରମ ନାମକ ସ୍ଥାନରେ ମହାଦେବଙ୍କୁ ଅଟକାଇ ରଖିଲେ ନାରଦ । ବିବାହ ବେଳେ ଗଡି ଯିବାରୁ ଦେବୀ ଆଉ ବିବାହ କରି ପାରିଲେ ନାହିଁ । ସବୁଦିନ ପାଇଁ କୁମାରୀ ହୋଇ ରହିଗଲେ ଦେବୀ । ସେ(ଦେବୀ) ଯେଉଁ ସ୍ଥାନରେ ଭଗବାନ ଶିବଙ୍କୁ ବିବାହ କରିବା ଲାଗି ଅପେକ୍ଷା କରିଥିଲେ ସେହି ସ୍ଥାନ ଏବେ କନ୍ଯା କୁମାରୀ ପ୍ରସିଦ୍ଧ ହାସଲ କରିଛି । ଏଠାରେ ଥିବା ଦେବୀ ପୀଠରେ ମାତା କୁମାରୀଙ୍କୁ ପୂଜା କରାଯାଇଥାଏ ।

କିମ୍ବଦନ୍ତୀ ଅନୁଯାୟୀ ମାତା ଆଜିବି ଭଗବାନ ଶିବଙ୍କୁ ବିବାହ କରିବା ଆଶାରେ ଅପେକ୍ଷା କରି ରହିଛନ୍ତି । କଳିଯୁଗ ଶେଷ ପର୍ଯ୍ୟନ୍ତ ଦେବୀଙ୍କୁ ଏଭଳି ଅପେକ୍ଷା କରି ରହିବାକୁ ପଡିବ । କୁହାଯାଏ ଯେ ଭଗବାନ ଶିବ ବିଵାହ ପାଇଁ ନ ଆସିବାରୁ ବିବାହ ସାମଗ୍ରୀକୁ ସମୁଦ୍ରରେ ଭସାଇ ଦିଆଯାଇଥିଲା । ଅକ୍ଷତ,ଖସା ଆଦି ବିବାହ ସାମଗ୍ରୀ ଏଠାରେ ଆଜିବି ସମୁଦ୍ର ବାଲି ଆକାରରେ ମିଳିଥାଏ ବୋଲି ରହିଛି ।

Leave A Reply

Your email address will not be published.