Latest Odisha News

BREAKING NEWS

୯୦ରେ ପାଦ ଥାପିଲେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ

ଭୁବନେଶ୍ୱର: ଭାରତବର୍ଷର ପ୍ରଖ୍ୟାତ ଭାଷାତତ୍ତ୍ୱବିତ୍ ତଥା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବାର ମୁଖ୍ୟନାୟକ, ପଦ୍ମଶ୍ରୀ ପ୍ରଫେସର ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ଆଜି ୯୦ ବର୍ଷରେ ପଦାର୍ପଣ କରିଛନ୍ତି ।

ଏହି ଉପଲକ୍ଷେ ଏକ ଉଚ୍ଚକୋଟିର ସ୍ମାରକ ପୁସ୍ତକ ଲୋକାର୍ପଣ ହୋଇଛି । ଆଜି ପୂର୍ବାହ୍ନରେ ତାଙ୍କ ଜାଗମରାସ୍ଥିତ ଭକ୍ତମଧୁସୂଦନ ନଗର ବାସଗୃହରେ ବହୁ ବିଶିଷ୍ଟ ବ୍ୟକ୍ତି ଡଃ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ଜନ୍ମଦିନର ଅଭିନନ୍ଦନ ଜଣାଇଥିଲେ । ଏହି ଅବସରରେ ଡଃ ପଟ୍ଟନାୟକ ଉପସ୍ଥିତ ବନ୍ଧୁମାନଙ୍କୁ କହିଲେ ଯେ, ଜନ୍ମଦିନ ପାଳନ ଆମ ସଂସ୍କୃତିର ହଜାର ବର୍ଷର ପରମ୍ପରା । ମୁଁ ଗୋଟିଏ ଏପରି ପରିବାରରୁ ଆସିଛି ମୋ ପରିବାର ମୋତେ ଶିକ୍ଷା ଦେଇଛି ସବଧର୍ମ ସମଭାବ । ପାଞ୍ଚହଜାର ବର୍ଷ ପୂର୍ବରୁ ଆମ ଋଷି ‘ବସୁଧୈବ କୁଟୁମ୍ବକମ୍‌’ର ବାର୍ତ୍ତା ଦେଇଥିଲେ ।

ଏହି ଅବସରରେ ମହାବୋଧି ସମିତି ଓଡ଼ିଶା ଶାଖା ପକ୍ଷରୁ ଡଃ ବିମଳେନ୍ଦୁ ମହାନ୍ତି, ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଓ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.