Latest Odisha News

BREAKING NEWS

ବିଶିଷ୍ଟ ପ୍ରକାଶକ ପୀତାମ୍ବର ମିଶ୍ରଙ୍କ ଦେହାନ୍ତ

ଭୁବନେଶ୍ୱର: ବିଶିଷ୍ଟ ପ୍ରକାଶକ ତଥା ବିଦ୍ୟାପୁରୀ ପ୍ରକାଶନୀ ସଂସ୍ଥାର ପ୍ରତିଷ୍ଠାତା ପୀତାମ୍ବର ମିଶ୍ରଙ୍କର ଶୁକ୍ରବାର ଦିନ ଚିକିତ୍ସାଧିୀନ ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।

ପରିବାର ବର୍ଗଙ୍କ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟନିତ ରୋଗରେ ପୀଡିତ ହୋଇ ସ୍ଥାନୀୟ ତୁଳସୀପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏପରିକି ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ୪ ପୁଅଙ୍କ ସମେତ ସମସ୍ତ ପରିବାର ସଦସ୍ୟ ଉପସ୍ଥିତ ରହିଥିଲେ ।

ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ନେଇ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ସ୍ୱର୍ଗତଃ ମିଶ୍ର ଜଗତସିଂହପୁର ଜିଲ୍ଲା ପଞ୍ଚପଲ୍ଲୀ ଅଞ୍ଚଳର ମୂଳ ବାସିନ୍ଦା ହୋଇଥିବା ବେଳେ ସେ କଟକରେ ବାସ କରୁଥିଲେ । ସେ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ସାହିତ୍ୟିକ ମନୋଜ ଦାସଙ୍କ ଭଳି ବିଭିନ୍ନ ସାହିତ୍ୟ ସ୍ରଷ୍ଟାଙ୍କ ପୁସ୍ତକ ପ୍ରକାଶନ କରିଥିଲେ । ୧୯୬୧ ମସିହାରେ ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାର ପ୍ରତିଷ୍ଠା କରି ଲେଖକମାନଙ୍କ ଲାଗି ନୂଆ ସୁଯୋଗ ସୃଷ୍ଟି କରିଥିଲେ ।

Leave A Reply

Your email address will not be published.