Latest Odisha News

BREAKING NEWS

ୟୁକ୍ରେନର ନରଭକ୍ଷୀ ବାପା-ପୁଅ ଗିରଫ

କିଭ୍‌: ୟୁକ୍ରେନର ଏକ ନରଭକ୍ଷୀ ବାପା-ପୁଅଙ୍କୁ ସ୍ଥାନୀୟ କୋର୍ଟ ୧୫ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରିଛି । ସେମାନଙ୍କ ନାମ ହେଲା ୪୨ ବର୍ଷୀୟ ମାକ୍ସିମ କୋଜୁଁତ୍ସୋଭ ଓ ୨୧ ବର୍ଷୀୟ ୟାରାସ୍ଲୋଭା । ୪୫ ବର୍ଷୀୟ ଝେନ୍ୟା ପେତ୍ରୋଭାଙ୍କ ସହ ଉପରୋକ୍ତ ବାପା-ପୁଅ ଏକତ୍ର ମଦ୍ୟପାନ କରୁଥିଲେ । କୌଣସି ଏକ କାରଣ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା ।

ବାପା-ପୁଅ ମିଶି ପୂର୍ବତନ ପୋଲିସ ଅଧିକାରୀଙ୍କୁ ହତ୍ୟା କରିଥିଲେ । ଏହା ପରେ ସେମାନେ ଝେନ୍ୟାଙ୍କ ମୁଣ୍ଡ କାଟିବା ସହ ଶରୀରକୁ ଖଣ୍ଡ ବିଖଣ୍ଡିତ କରିଥିଲେ । ମୁଣ୍ଡ ବିହୀନ ଶରୀରକୁ ସେମାନେ ପୋତି ଦେଇଥିଲେ । ଆଲେକଜାଣ୍ଡ୍ର ଗ୍ରାବିନେକ ଏହି ମୃତ ଶରୀରୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ ଏବଂ ଘଟଣା ସମ୍ମୁଖକୁ ଆସିଥିଲା ।

Leave A Reply

Your email address will not be published.