Latest Odisha News

BREAKING NEWS

ମାସ୍କ ପିନ୍ଧି କରୋନା ସଂକ୍ରମଣଠୁଁ ସୁରକ୍ଷିତ ରୁହନ୍ତୁ; ଶିଳ୍ପୀ ସୁଦର୍ଶନଙ୍କ ଚମତ୍କାର ବାଲୁକାକଳା

ପୁରୀ: ମରଣାନ୍ତକ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଯୋଗୁଁ ଏବେ ସାରା ବିଶ୍ୱବାସୀ ଆତଙ୍କିତ । ଏହି ଅବସରରେ ଘରୁ ନବାହାରି ଘରେ ସୁରକ୍ଷିତ ରହିବା ଲାଗି ଓଡ଼ିଶା ସରକାରଙ୍କ ସମେତ କେନ୍ଦ୍ର ସରକାର ଜନସାଧାରଣଙ୍କୁ ସଚେତନ କରିବାରେ ଲାଗିଛନ୍ତି ।

ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମାସ୍କ ପିନ୍ଧିବା ନେଇ ସଚେତନତାମୂଳକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ।

କେବଳ ଓଡ଼ିଶା ନୁହେଁ ସାରା ଭାରତବାସୀଙ୍କୁ ସୁଦର୍ଶନ ଏହି ବାଲୁକା କଳା ମାଧ୍ୟମରେ ମାସ୍କ ପିନ୍ଧିବାର ସନ୍ଦେଶ ଦେଇଛନ୍ତି ।

ଏହି ସୁନ୍ଦର ବାଲୁକାକଳାଟିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବାଲୁକା ଶିଳ୍ପୀ ସୁଦର୍ଶନ ଘରେ ହାତ ତିଆରି ମାସ୍କ ପିନ୍ଧିବାକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏବେ ଲକ୍‌ଡାଉନ ଯୋଗୁଁ ବେଳାଭୂମିରେ ଦର୍ଶକ ଏହି ସୁନ୍ଦର ବାଲୁକା କଳାକୁ ସ୍ୱଚକ୍ଷୁରେ ଦେଖିବାକୁ ବଞ୍ଚିତ ହୋଇଥିଲେ ମଧ୍ୟ ସୋସିଆଲ୍ ମିଡ଼ିଆରେ ଏହି ବାଲୁକା କଳାକୁ ଦେଖି ବେଶ୍ ପ୍ରଶଂସା କରିବାରେ ଲାଗିଛନ୍ତି ।

Leave A Reply

Your email address will not be published.