Latest Odisha News

BREAKING NEWS

ରେଶମି ପନିର

ରେଶମୀ ଶାଢ଼ୀ ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ରେଶମି ପନିର ?ଆଜି ଆସନ୍ତୁ ତିଆରି କରି ଶିଖିବା ରେଶମି ପନିର । ରେଶମି ପନିର ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ:

ପନିର – ୩୦୦ ଗ୍ରାମ, ପିଆଜ – ୧ଟି , ଟମାଟୋ- ୧ଟି , ଶିମଳା ଲଙ୍କା  – ୧ଟି, ଅଦା ରସୁଣ ପେଷ୍ଟ  – ୧ ଚାମଚ, ଧନିଆ ପାଉଡର  – ୧ ଚାମଚ, ହଳଦୀ ଗୁଣ୍ଡ  – ୧/୪ ଚାମଚ, ଲଙ୍କାଗୁଣ୍ଡ – ୧ ଚାମଚ୍ , କ୍ରିମ୍ – ୧/୨ କପ୍ , ଧନିଆପତ୍ର – ୧/୨ କପ୍ , ଗରମ ମସଲା ୧ ଚାମଚ୍ , ଜିରା – ୧ ଚାମଚ୍ , ପାଣି ୧/୨ କପ୍ , ତେଲ ଓ ଲୁଣ ସ୍ୱାଦ ଅନୁସାରେ ।

ପ୍ରସ୍ତୁତି ପ୍ରଣାଳୀ-  ପିଆଜ , ଟମାଟୋ ଓ ଶିମଳା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ । ଏକ ପ୍ୟାନରେ ତେଲ ଗରମ କରି ଜିରା ପକାନ୍ତୁ । ଜିରା ଫୁଟିବା ପରେ ପିଆଜ ପକାନ୍ତୁ । ପରେ ଏଥିରେ କଟା ହୋଇଥିବା ଟମାଟୋ  ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ  ପେଷ୍ଟ, ଧନିଆ ପାଉଡର , ହଳଦୀଗୁଣ୍ଡ  ପକାଇ ମଧ୍ୟମ ଆଂଚରେ ଫୁଟାନ୍ତୁ  । ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡାଇ ଦିଅନ୍ତୁ ।  ୧୦ ମିନିଟ୍ ପରେ ଗ୍ୟାସ୍ କୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ  । ଏବେ ପ୍ରସ୍ତୁତ  ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଘର ଲୋକଙ୍କୁ ପରସନ୍ତୁ  ଓ ନିଜେ ମଧ୍ୟ ଖାଆନ୍ତୁ ।

Leave A Reply

Your email address will not be published.