Latest Odisha News

BREAKING NEWS

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି

ବଳିପଡିଥିବା ଭାତରୁ ତିଆରି କରନ୍ତୁ ସ୍ୱାଦିଷ୍ଟ ପକୋଡି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ସାମଗ୍ରୀ

ଗୋଟିଏ ଗିନା ଭାତ
ଗୋଟିଏ କଟା ପିଆଜ
୨-୩ଟି କଟା ଲଙ୍କା
ଏକ ଛୋଟ ଚାମଚ ଲଙ୍କା ପାଉଡର
ଏକ ଛୋଟ ଚାମଚ ଧନିଆ ପାଉଡର
ଲୁଣ ସ୍ୱାଦ ଅନୁସାରେ
ଛାଣିବା ପାଇଁ ତେଲ

ପ୍ରସ୍ତୁତି ପ୍ରଣାଳୀ

ଭାତ ପକୁଡି କରିବା ପାଇଁ ପ୍ରଥମେ ଗୋଟିଏ ଗିନା ଭାତକୁ ଚକଡି ରଖନ୍ତୁ । ସେଥିରେ ପିଆଜ, କଟା ଲଙ୍କା, ଲଙ୍କା ପାଉଡର, ଧନିଆ ପାଉଡର, ଲୁଣ ଗୋଳେଇ ଛୋଟ ଛୋଟ ଆକରର ପିଠା ପ୍ରସ୍ତୁତ କରନ୍ତୁ । ଧିମା ଆଞ୍ଚରେ ଏକ କଡେଇରେ ତେଲ ଗରମ କରନ୍ତୁ । ତେଲ ଗରମ ହେଲା ପରେ ପୂର୍ବରୁ ପ୍ରସ୍ତୁତ ଥିବା ପିଠାକୁ ଛାଣନ୍ତୁ । ପ୍ରସ୍ତୁତ ହୋଇଗଲା ଗରମଗରମ ଭାତ ପକୋଡି । ପରସି ଦିଅନ୍ତୁ ଧନିଆ ଚଟଣୀ ସହ ଗରମଗରମ ଭାତ ପକୁଡ ।

Leave A Reply

Your email address will not be published.