Latest Odisha News

BREAKING NEWS

ପୁଣେର ଏକ ଗ୍ୟାରେଜରେ ଅଗ୍ନିକାଣ୍ଡ; ଜଳିଗଲା ୧୦ ଗାଡି

ପୁଣେ: ମହାରାଷ୍ଟ୍ରର ପୁଣେ ଅନ୍ତର୍ଗତ କୋଧୱା ଅଞ୍ଚଳରେ ଥିବା ଏକ ଗ୍ୟାରେଜରେ ବୁଧବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ଫଳରେ ପାଖାପାଖି ୧୦ରୁ ଅଧିକ ଚାରି ଚକିଆ ଗାଡି ଜଳି ଧୂଳିସାତ ହୋଇପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ବିଳମ୍ବିତ ରାତି ପାଖାପାଖି ୧୨ଟା ସମୟରେ କୌଣସି କାରଣବଶତଃ ଏହି ଗ୍ୟାରେଜରେ ଅଚାନକ ନିଆଁ ଲାଗିଯାଇଥିଲା । ଏଥିଯୋଗୁଁ ପାଖାପାଖି ୧୦ରୁ ଅଧିକ ଗାଡି ପୋଡିଯାଇଛି । ଯେଉଁଥିରେ ଅଧିକାଂଶ କାର୍ ଥିଲା ।

ଅନ୍ୟପକ୍ଷରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ କର୍ମଚାରୀଙ୍କ କହିବାନୁଯାୟୀ ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଏଥିରେ କେହି ମୃତାହାତ ହୋଇନାହାଁନ୍ତି ।

ତେବେ ଏହି ଅଘଟଣରେ ଗାଡି ସହ ବହୁ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.