Latest Odisha News

BREAKING NEWS

କଟକ ଏସସିବି ମେଡ଼ିକାଲରେ ଅଗ୍ନିକାଣ୍ଡ, ରୋଗୀ ସୁରକ୍ଷିତ

କଟକ: କଟକ ଏସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲର ସର୍ଜରୀ ବିଭାଗ ଓଟିରେ ଗୁରୁବାର ଦିନ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଧୂଆଁମୟ ହୋଇଯିବା ଫଳରେ ସେଠାରେ ଉପସ୍ଥିତ ଥିବା ରୋଗୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।

ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇନାହାନ୍ତି ବୋଲି ଏସସିବି କର୍ତ୍ତୃପକ୍ଷ ଗଣମାଧ୍ୟମକୁ ଜଣାଇଛନ୍ତି ।

ଏହି ଖବର ଜାଣିଲାମାତ୍ରେ ଦମକଳ ବାହିନୀ ଘଟଣାସ୍ଥଳକୁ ଆସି ତୁରନ୍ତ ନିଆଁ ଲିଭାଇଥିଲେ ।

ଏହି ଅଗ୍ନିକାଣ୍ଡ କୌଣସି ଇଲେକ୍ଟ୍ରି ସର୍ଟ ସର୍କିଟ ଯୋଗୁଁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Leave A Reply

Your email address will not be published.