Latest Odisha News

BREAKING NEWS

ବାରିପଦାର ‘ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସପିଟାଲରେ ଅଗ୍ନିକାଣ୍ଡ ଘଟିଛି। ରାତ୍ରି ପାଖାପାଖି ୯ଟା ସମୟରେ ମାନସିକ ରୋଗ ବିଭାଗ ରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଏହି ଅଗ୍ନିକାଣ୍ଡରେ ଏଆରକଣ୍ଡିସନର ସହ ରୁମରେ କିଛି ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ବେଳେ ଜନଜୀବନ ପ୍ରତି କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

ଖବରପାଇ ବାରିପଦା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ସହ ଆୟତ୍ତକୁ ନେଇଛନ୍ତି । ତେବେ ଇଲେକଟ୍ରିକ୍ ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରଥମିକ ତଦନ୍ତରୁ ଜଣାପଡିଛି ।

Leave A Reply

Your email address will not be published.