Latest Odisha News

BREAKING NEWS

୪ ଦିନ ହେବ ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ

ଡେରାଡୁନ୍‌: ହୁ ହୁ ହୋଇ ଜଳୁଛି ଜଙ୍ଗଲ । ୪ ଦିନରୁ ଅଧିକ ହେବ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ ଲାଗିଛି । କରୋନା ସଂକଟ ମଧ୍ୟରେ ଦେବଭୂମି ଉତ୍ତରାଖଣ୍ଡର ଜଙ୍ଗଲରେ ଅଗ୍ନିର ପ୍ରଚଣ୍ଡ ତାଣ୍ଡବ ଚାଲିଛି । ଆକଶରୁ ନିଆଁ ବର୍ଷା ହେଉଛି । ତାପମାତ୍ରା ବୃଦ୍ଧି ଯୋଗୁଁ ଜଙ୍ଗଲରେ ନିଆଁ ଲାଗିଛି । ନିଆଁର ଆଁରେ ଜଳିପୋଡି ୭୧ ହେକ୍ଟରରୁ ଅଧିକ ଜମି ପାଉଁଶ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗିଥିବାରୁ ବନ୍ୟଜନ୍ତୁଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି । ପୌଢୀ ଓ ଗଢବାଲ ଅଂଚଳରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଜଣାପଡିଛି । ଫଳରେ ପାଖାପାଖି ୧୨ଶହ ହେକ୍ଟର ଜମିରେ ନିଆଁ ଲାଗିବା ସହ ପବନ ଯୋଗୁଁ ଏହା ବୃଦ୍ଧି ପାଇବାରେ ଲାଗିଛି । ସେପଟେ, ପରିସ୍ଥିତିକୁ ନଜରରେ ରଖି ସ୍ଥାନୀୟ ଅଂଚଳରେ ଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ଅପରପକ୍ଷରେ, ଜଙ୍ଗଲରେ ନିଆଁ ଲାଗି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ଏବେ ଉତ୍ତରଖଣ୍ଡ ଜଙ୍ଗଲରେ ଲାଗିଁଥବା ନିଆଁର ଅନେକ ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.