Latest Odisha News

BREAKING NEWS

ଓଡ଼ିଶାରେ ପହଞ୍ଚିଲେ ସୁରଟରୁ ଆସୁଥିବା ପ୍ରବାସୀ ଶ୍ରମିକ

ବ୍ରହ୍ମପୁର: ଗୁଜୁରାଟର ସୁରଟରୁ ଆସିଥିବା ପ୍ରବାସୀ ଓଡିଆଙ୍କ ପ୍ରଥମ ବ୍ୟାଚ୍ ବୁଧବାର ବିଳମ୍ବିତ ରାତିରେ ଓଡିଶାରେ ପହଞ୍ଚିଛନ୍ତି।

ପାଖାପାଖି ୨୧୭ ପ୍ରବାସୀଙ୍କୁ ନେଇ ବାହାରିଥିବା ଏହି ଚାରିଟି ବସ୍ ଗଞ୍ଜାମ ଜିଲ୍ଲାର ଶେରଗଡ ଏବଂ ଧରାକୋଟ୍ ରୁଟ୍ ଦେଇ ଆସିଛି। ସମସ୍ତ ଯାତ୍ରୀ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ସହ ସେମାନଙ୍କ ପ୍ରାଥମିକ ଚିକିତ୍ସା ସ୍କ୍ରିନିଂ ପରେ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ବୋଲି ସୂତ୍ରରୁ ପ୍ରକାଶ।

ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ପ୍ରତ୍ୟାବର୍ତ୍ତନ ବାବଦକୁ ୩୫୦୦ ଟଙ୍କା ଦେଇଥିବା ଜଣାଯାଇଛି।

ସୁରଟରେ ଥିବା ପ୍ରବାସୀ ଓଡିଆ ପରିବାର୍ ଟ୍ରଷ୍ଟ (ପିଓପିଟି) ଆଉ ୧୦ ଟି ବସ୍ ବ୍ୟବସ୍ଥା କରି ଅଟକି ରହିଥିବା ଶ୍ରମିକମାନଙ୍କୁ ଘରକୁ ଫେରିବାରେ ସାହାଯ୍ୟ କରିଛି। ଏମାନେ ଶୀଘ୍ର ସୁରଟରୁ ବିଦାୟ ନେବେ ବୋଲି ସୂଚନା ମିଳିଛି।

ତେବେ ସୁରଟରେ ରହୁଥିବା ଆନୁମାନିକ ୫ ଲକ୍ଷ ଓଡିଆ ମଧ୍ୟରୁ ଅତି କମରେ ୩.୫ ଲକ୍ଷ ଲୋକ ଲକଡାଉନ ସମୟରେ ଓଡିଶା ଫେରିବାକୁ ଚାହୁଁଛନ୍ତି ବୋଲି ପିଓପିଟି ପ୍ରକାଶ କରିଥିବା ନେଇ ଇଟି ରିପୋର୍ଟରୁ ସୂଚନା ମିଳିଛି।

Leave A Reply

Your email address will not be published.