Latest Odisha News

BREAKING NEWS

ଦୁବାଇରୁ ଭୁବନେଶ୍ୱର ଫେରିଲେ ୧୫୦ ପ୍ରବାସୀ ଓଡିଆ

ଭୁବନେଶ୍ୱର : ଦୁବାଇରେ ଫସି ରହିଥିବା ୧୫୦ଜଣ ଓଡିଆଙ୍କୁ ନେଇ ପ୍ରଥମ ବିମାନ ଗୁରୁବାର ରାତି ପ୍ରାୟ ୯ଟାରେ ଭୁବନେଶ୍ୱରରେ ପହଞ୍ଚିଛି । ଯାତ୍ରୀମାନେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କର ସ୍କ୍ରିନିଂ କରାଯାଇଥିଲା ।

ଲକ୍ ଡାଉନ ଘୋଷଣା ପରେ ବିମାନ ଚଳାଚଳ ଉପରେ କଟକଣା ଲାଗିଥିଲା । ଫଳରେ ଦୁବାଇରେ ଥିବା ଓଡିଆମାନେ ଆଉ ଘରକୁ ଫେରି ପାରି ନଥିଲେ । ତେବେ ସେଠାକାର ଓଡିଆ ସମାଜକୁ ଯୋଗାଯୋଗ ପରେ ସେମାନଙ୍କୁ ଘରକୁ ଫେରାଇବାର ବ୍ୟବସ୍ଥା କରାଯାଇଥିଲା ।

ନିଜ ଭିଟାମାଟିରେ ପହଞ୍ଚିବା ପରେ ପ୍ରବାସୀ ଓଡିଆମାନେ ବେଶ୍ ଖୁସି ବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.