ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆରମ୍ଭ ହୋଇଛି ଅନ୍ତର୍ଦେଶୀୟ ଯାତ୍ରୀବାହି ବିମାନ ସେବା ।
ଭୁବନେଶ୍ୱର ରୁ ଯାତ୍ରୀଙ୍କୁ ନେଇ ୯.୪୦ ମିନିଟରେ ପ୍ରଥମେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି ।
ବିମାନ ସେବା ଆରମ୍ଭରୁ ଉପୁଜିଛି ବାଧକ । ବିଭିନ୍ନ କାରଣରୁ ବାତିଲ ହୋଇଛି ଭୁବନେଶ୍ୱର- ହାଇଦ୍ରାବାଦ, ଭୁବନେଶ୍ୱର -ଝାସୁଗୁଡା, ଭୁବନେଶ୍ୱର -କୋଲକାତା ବିମାନ ସେବା ଭଳି ୫ ଟି ବିମାନ ବାତିଲ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିମାନ ବନ୍ଦର ନିର୍ଦେଶକ ଭିଭି ରାଓ ।
ଗାଇଡ଼ଲାଇନ ସହ ସମସ୍ତ କର୍ମଚାରୀ ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ଓ ଗ୍ଳୋବସ୍ ପିନ୍ଧିବା ବାଧ୍ୟତାମୂଳକ ।
ବିମାନ ବନ୍ଦରରେ ସମସ୍ତେ ଯାତ୍ରୀଙ୍କ ଫର୍ମାଲ ସ୍କାନିଂ ମଧ୍ୟ କରାଯାଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଦିଲ୍ଲୀରୁ ଏକ ବିମାନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ଏଥିରେ ସାଂସଦ ଅନୁଭବ ମହାନ୍ତି ଓଡ଼ିଶା ଫେରିଥିବା ସୂଚନା ।