Latest Odisha News

BREAKING NEWS

ଆସାମରେ ବନ୍ୟା ସ୍ଥିତି; ୬ ଲକ୍ଷ ଲୋକ ପ୍ରଭାବିତ

ଗୌହାଟୀ: ଆସାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରାୟ ୨୦ ଜିଲ୍ଲାର ୬ ଲକ୍ଷ ବ୍ୟକ୍ତି ପ୍ରଭାବିତ ହୋଇଥିବା ସୂଚନା ମିଳିଛି।

ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଦୈନିକ ବନ୍ୟା ରିପୋର୍ଟ ଅନୁଯାୟୀ କୋକରାଝର ଓ ଧୁବରି ଅଞ୍ଚଳରେ ୨ ଜଣଙ୍କର ମୃତ୍ୟୁକୁ ମିଶାଇ ମୋଟ୍ ୪୨ ଜଣଙ୍କର ପ୍ରାଣହାନୀ ହୋଇଛି।

ଆହୁରି ମଧ୍ୟ ବର୍ତ୍ତମାନ ଚରାଇଦେବ, ବିଶ୍ୱନାଥ, ବକ୍ସା, ନାଲବରୀ, ଚିରଙ୍ଗ, କୋକରାଝର, ଗ୍ୱାଲାପାରା, ମୋରିଗାଁଓ, ଗୋଲାଘାଟ, ଟିନସୁକିଆ ଓ ନାଗାଓଁ ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୬.୦୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ବୋଲି ଏଥିରେ କୁହାଯାଇଛି।

ତେବେ ଉଦ୍ଧାର କାର୍ଯ୍ୟରେ ଉଭୟ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ନିୟୋଜିତ ରହିଛନ୍ତି ।

ଉଲ୍ଲେଖଯୋଗ୍ୟ, କୋଭିଡ-୧୯ର ପ୍ରାଦୂର୍ଭାବକୁ ଦୃଷ୍ଟିରେ ରଖି ରିଲିଫ୍ କ୍ୟାମ୍ପ ଗୁଡିକରେ ସାମାଜିକ ଦୂରତା, ହାତ ସଫା ତଥା ସାନିଟାଇଜେସନ୍ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.