Latest Odisha News

BREAKING NEWS

କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ୧୧ଟି ପଦକ୍ଷେପ ଘୋଷଣା

ଭୁବନେଶ୍ୱର : କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୧ଟି ପଦକ୍ଷେପ ନିଆଯିବ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ତୃତୀୟ ଭାଗ ବିବରଣୀ ଦେବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର ଘୋଷଣା କରାଯାଇଛି । ଏହା ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ । ଅଧିକ ଶୀତଳ ଭଣ୍ଡାର ପାଇଁ ମଧ୍ୟ ଏହି ଟଙ୍କା ଘୋଷଣା ହୋଇଛି ।

ପ୍ରଧାନମନ୍ତ୍ରୀ ମତ୍ସ୍ୟଚାଷ ଓ ପଶୁପାଳନ ଯୋଜନାରେ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏଥି ଯୋଗୁଁ ପ୍ରାୟ ୫୫ ଲକ୍ଷ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ଲକ୍ଷ୍ୟ ରହିଛି । ମତ୍ସ୍ୟଜୀବୀ ଓ ନୌକାର ବୀମା ମଧ୍ୟ କରାଯିବ । ଏଥି ସହ ୫୫ କୋଟି ଗାଈଙ୍କୁ ଟିକାକରଣର ଲକ୍ଷ୍ୟ ରହିଛି । ରୋଗ ଦାଉରୁ ରକ୍ଷା କରିବା ପାଇଁ ୧୪, ୩୪୩ କୋଟି ଟଙ୍କା ଖର୍ଚ୍ଚ ହେବ ।

ଦୁଗ୍ଧ ଉତ୍ପାଦନ କ୍ଷେତ୍ର ପାଇଁ ୧୫ ହଜାର କୋଟି, ହର୍ବାଲ କଲଟିଭେସନ ପାଇଁ ୪ ହଜାର କୋଟି, ମହୁମାଛି ପାଳନ ପାଇଁ ୫ ଶହ କୋଟିର ଯୋଜନା କରାଯାଇଛି । ଦୁଇ ଲକ୍ଷରର ଅଧିକ ମହୁଚାଷୀ ଏହି ସୁବିଧା ପାଇପାରିବେ । ଗ୍ରାମାଞ୍ଚଳରେ ମହିଳାମାନେ ବି ଆତ୍ମନିର୍ଭରଶୀଳ ହୋଇପାରିବେ ।

Leave A Reply

Your email address will not be published.