Latest Odisha News

BREAKING NEWS

ବାଂଲାଦେଶ କ୍ରିକେଟର ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ

ଢାକା : ବାଂଲାଦେଶ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମଶ୍ରଫି ମୋର୍ତାଜା କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମୋର୍ତାଜା ଚଳିତ ବର୍ଷ ମାର୍ଚ୍ଚରେ ବାଂଲାଦେଶ କ୍ରିକେଟ ଟିମର ଦିନିକିଆ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ମଶ୍ରଫି ମୋର୍ତାଜାଙ୍କଠାରେ କରେନା ଲକ୍ଷଣ ଦେଖାଯାଇଥିଲେ । ପରେ ପରୀକ୍ଷଣ ପରେ ତାଙ୍କଠାରେ କରୋନା ପଜିଟିଭ ଥିବା ଜଣାପଡ଼ିଛି ।

ଜୁଲାଇରେ ବାଂଲାଦେଶ ଶ୍ରୀଲଙ୍କା ସହିତ ତିନିଟି ଟେଷ୍ଟ ସିରିଜ ଏବଂ ପରେ ଅଗଷ୍ଟରେ ନ୍ୟୁଜିଲ୍ୟାଣ୍ଡ ସହିତ ସିରିଜ ଖେଳିଥାନ୍ତା । ମାତ୍ର କରୋନାଭାଇରସ୍ ମହାମାରୀ ଏଥିରେ ପ୍ରତିବନ୍ଧକ ସାଜିଛି। ସେପ୍ଟେମ୍ବର ପାଇଁ ଧାର‌୍ୟ୍ୟ ହୋଇଥିବା ଏସିଆ କପ୍ ମଧ୍ୟ କରୋନାଭାଇରସ୍ କାରଣରୁ ଅନିଶ୍ଚିତତା ମଧ୍ୟରେ ରହିଛି ।

Leave A Reply

Your email address will not be published.