Latest Odisha News

BREAKING NEWS

ଧୋନୀ ଆନ୍ତର୍ଜାତୀୟ ମ୍ୟାଚ ନ ଖେଳିବା ନେଇ ମୁହଁ ଖୋଲିଲେ ଚୟନ କମିଟିର ପୂର୍ବତନ ମୁଖ୍ୟ

ମୁମ୍ବାଇ: ୨୦୧୯ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଆଉ ପଡିଆରେ ଦେଖିବାକୁ ମିଳୁ ନାହିଁ । ଫଳରେ ଧୋନୀଙ୍କ ଭବିଷ୍ୟତ ନେଇ ବିଭିନ୍ନ ପ୍ରକାରର ପୂର୍ବାନୁମାନ କରାଯାଉଛି । ତେବେ ରବିବାର ଭାରତୀୟ ଚୟନ କମିଟିର ପୂର୍ବତନ ମୁଖ୍ୟ ଏମଏସକେ ପ୍ରସାଦ ଏ ନେଇ ମୁହଁ ଖୋଲିଛନ୍ତି ।

ଧୋନୀ ତାଙ୍କ ଆଡୁ କିଛି ଦିନ ଆନ୍ତର୍ଜାତୀୟ ମ୍ୟାଚ ଖେଳିବେ ନାହିଁ ବୋଲି କହିଥିଲେ । ଏଥିଯୋଗୁ ତାଙ୍କ ସ୍ଥାନରେ ଋଷଭ ପନ୍ଥଙ୍କୁ ଦଳରେ ସାମିଲ କରାଯାଇଥିଲା । ଧୋନୀଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇବା ପାଇଁ ଆମେ ତାଙ୍କ କଥା ମାନିଥିଲୁ ବୋଲି ପ୍ରସାଦ କହିଛନ୍ତି । ତେବେ ସେ ଧୋନୀଙ୍କ ଅବସର ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଥିଲେ ।

Leave A Reply

Your email address will not be published.