Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ବ୍ରାଜିଲର ବିଦାୟ, ସେମିଫାଇନାଲରେ ବେଲଜିୟମ ଭେଟିବ ଫ୍ରାନ୍ସକୁ

ମସ୍କୋ : ବିଶ୍ୱକପ ଫୁଟବଲ କ୍ୱାର୍ଟର ଫାଇନାଲରୁ ବିଦାୟ ନେଇଛି ବ୍ରାଜିଲ । ବେଲଜିୟମ ୨-୧ ଗୋଲରେ ଫୁଟବଲର ଦେଶ ବ୍ରାଜିଲକୁ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି । ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲ ମ୍ୟାଚରେ ଫ୍ରାନ୍ସ ୨-୦ ଗୋଲରେ ଉରୁଗୁଏକୁ ପରାସ୍ତ କରିଛି ।

ମ୍ୟାଚର ୧୩ ମିନିଟରେ ଫର୍ଣ୍ଣାଣ୍ଡିନୋଙ୍କ ଏକ ଆତ୍ମଘାତୀ ଗୋଲରେ ବ୍ରାଜିଲ ୧-୦ରେ ପଛରେ ରହିଥିଲା । ୩୧ ମିନିଟରେ ବେଲଜିୟମ ପକ୍ଷରୁ ଡେ ବ୍ରୁନେଙ୍କ

ଏକ ଚମକ୍ରାର ଗୋଲରେ ୨-୦ରେ ଆଗୁଆ ରହିଥିଲା ଦଳ । ବ୍ରାଜିଲ ପକ୍ଷରୁ ଅଗଷ୍ଟୋ ୭୬ ମିନିଟରେ ଏକ ଗୋଲ ସ୍କୋର କରିପାରିଥିଲେ । ତେବେ ୨-୧ର ସ୍କୋରରେ ବେଲଜିୟମ ଶକ୍ତଶାଳୀ ବ୍ରାଜିଲକୁ ପରାସ୍ତ କରିପାରିଥିଲା ।

ସେହିପରି ଅନ୍ୟଏକ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ଉରୁଗୁଏକୁ ଏକ ଚିତାକର୍ଷକ ମ୍ୟାଚରେ ୨-୦ ଗୋଲରେ ପରାସ୍ତ କରିପାରିଛି । ଖେଳର ୪୦ ମିନିଟ ସମୟରେ ଭାରନେ ଫ୍ରାନ୍ସ ପକ୍ଷରୁ ୧ମ ଗୋଲ ଦେଇଥିଲେ । ତେବେ ଗ୍ରିଜମାନ ୬୧ ମିନିଟରେ ୨ୟ ଗୋଲ ସ୍କୋର କରିଥିଲେ । ଉରୁଗୁଏର ସମସ୍ତ ପ୍ରଚେଷ୍ଟା ଫ୍ରାନ୍ସର ଶକ୍ତିଶାଳୀ ଡ଼ିଫେନ୍ସ ଆଗରେ ହାର ମାନିଥିଲା ।
ପ୍ରଥମ ସେମିଫାଇନାଲରେ ଫ୍ରାନ୍ସ ୧୦ ତାରିଖ ଦିନ ବେଲଜିୟମକୁ ଭେଟିବ ।

Leave A Reply

Your email address will not be published.