Latest Odisha News

BREAKING NEWS

ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକ

ଭୁବନେଶ୍ୱର : ସ୍ୱାଧୀନତା ସଂଗ୍ରାମୀ ତଥା ରାଜ୍ୟସଭା ସଦସ୍ୟ ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଆଜି ସନ୍ଧ୍ୟାରେ ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଦେହାନ୍ତ ହୋଇଛି ।

ବର୍ତ୍ତମାନ ତାଙ୍କ ମରଶରୀରକୁ ରାଜମହଲସ୍ଥିତ ବାସଭବନରେ ରଖାଯାଇଛି । ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି ।
୧୯୨୨ ମସିହା ମେ ୧୧ ତାରିଖରେ ଜନ୍ମଗ୍ରହଣ କରିଥିବା ଭବାନୀ ପଟ୍ଟନାୟକ ଜଣେ ଗାନ୍ଧିବାଦୀ ନେତା ଭାବେ ପରିଚିତ ଥିଲେ । ରାଜ୍ୟସଭାକୁ ସେ ତିନି ଥର ନିର୍ବାଚିତ ହୋଇଥିଲେ । ୨୦୧୮ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ମୃତ୍ୟୁ ପୂର୍ବରୁ ସେ ତାଙ୍କ ଅଙ୍ଗଦାନ କରିଥିଲେ ।

Leave A Reply

Your email address will not be published.