ଗାଜର ବାଦାମ କ୍ଷୀରି

ପ୍ରସ୍ତୁତ କରନ୍ତୁ ଗାଜର ବାଦାମ କ୍ଷୀରି । ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ।

ଆବଶକୀୟ ସାମଗ୍ରୀ:
ଗାଜର – ୩, ବାଦାମ୍ – ୧/୨ କପ୍, ଖଜୁରୀ – ୫, କ୍ଷୀର – ୧/୨ କିଲୋ, କେସର – ଏକ ଚିମୁଟା, କାଜୁ – ୧୦, ଘିଅ – ୧ ଚାମଚ

ପ୍ରସ୍ତୁତି ପ୍ରଣାଳୀ :
ବାଦମକୁ ଅଧଘଣ୍ଟା ପର‌୍ୟ୍ୟନ୍ତ ଗରମ ପାଣିରେ ଭିଜାଇ ରଖନ୍ତୁ। ବାଦମର ଚୋପା ଛଡାଇ ଦିଅନ୍ତୁ। ଗାଜର ଚୋପା ଛଡାଇ ତାକୁ ଛୋଟ ଛୋଟ ପିସରେ କାଟି ଦିଅନ୍ତୁ। ଖଜୁରୀର ମଞ୍ଜି ବାହାର କରିଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଗାଜର ଏବଂ ଖଜୁରୀ ପକାଇ ଦିଅନ୍ତୁ। ଅଳ୍ପ-ଅଳ୍ପ କ୍ଷୀର ଗରମ କରି ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଶେଷରେ ବଳକା ରହିଯାଇଥିବା ସବୁ ମିଶ୍ରଣରେ ମିଶାଇ ଦିଅନ୍ତୁ।

ଏହି ମିଶ୍ରଣକୁ ଏକ ପାତ୍ରରେ କାଢ଼ି ମଧ୍ୟମ ଆଞ୍ଚରେ ଭଲଭାବେ ମିଶାଇ ଦିଅନ୍ତୁ। କ୍ଷୀର ଯଦି ଗାଢ଼ା ଲାଗେ ତେବେ ସେଥିରେ ଆବଶ୍ୟକଅନୁସାରେ କ୍ଷୀର କିମ୍ବା ପାଣି ମିଶାନ୍ତୁ। ପରିଶେଷରେ କେସର ପକାଇ ମିଶାନ୍ତୁ ଏବଂ ଗ୍ୟାସ ବନ୍ଦ କରିଦିଅନ୍ତୁ। ପ୍ରସ୍ତୁତ ହୋଇଥିବା କ୍ଷୀରିକୁ ସର୍ଭିଂ ବାଉଲରେ କାଢ଼ି ଦିଅନ୍ତୁ। ଏକ ଛୋଟ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ କାଜୁକୁ ଭାଜି ଦିଅନ୍ତୁ। ଏବେ ଏହି କାଜୁକୁ ପ୍ରସ୍ତୁତ ହୋଇଥିବା କ୍ଷୀରିରେ ସର୍ଭ କରିଦିଅନ୍ତୁ।

LEAVE A REPLY

Please enter your comment!
Please enter your name here

This site uses Akismet to reduce spam. Learn how your comment data is processed.