Latest Odisha News

BREAKING NEWS

‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମାଙ୍କ କରୋନା ରିପୋର୍ଟ ପଜିଟିଭ

ଲଣ୍ଡନ: ‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତ୍ରୀ ଇନ୍ଦିରା ବର୍ମା କରୋନାଭାଇରସ ଦ୍ୱାରା ସଂକ୍ରମିତ ଥିବା ଜଣାପଡିଛି । ତାଙ୍କ ରକ୍ତ ନମୂନା ରିପୋର୍ଟ ପଜିଟିଭ ଆସିଥିବା ସେ ନିଜେ ସ୍ପଷ୍ଟ କରିଛନ୍ତି ।

‘ଗେମ୍ ଅଫ୍ ଥ୍ରୋନ୍ସ’ ଅଭିନେତା କ୍ରିଷ୍ଟୋଫର ହିଭଜୁ କରୋନା ଦ୍ୱାରା ସଂକ୍ରମିତ ହେବାର ୨ ଦିନ ପରେ ଇନ୍ଦିରା ବର୍ମା ଏହି ସୂଚନା ଦେଇଛନ୍ତି । ସେ ବୁଧବାର ଦିନ ନିଜ ଇଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଜଣାଇଛନ୍ତି । ସେ ଲେଖିଛନ୍ତି, “ମୁଁ ବେଡରେ ଅଛି, ଏହା ଠିକ ନୁହେଁ । ସୁରକ୍ଷିତ ଓ ସୁସ୍ଥ ରୁହନ୍ତୁ ଏବଂ ଲୋକମାନଙ୍କ ପ୍ରତି ଦୟାଳୁ ରୁହନ୍ତୁ ।”

‘ଗେମ୍ ଅଫ୍ ଥ୍ରୋନ୍ସ’ରେ ଏଲାରିଆ ସେଣ୍ଡ ଭୂମିକାରେ ଅଭିନୟ କରୁଥିବା ୪୬ ବର୍ଷୀୟା ଇନ୍ଦିରା କରୋନା ପାଇଁ ତାଙ୍କ ‘ଦ ସିଗୁଲ’ ନାମକ ନାଟକକୁ ସ୍ଥଗିତ ରଖିଛନ୍ତି । ସେ ଲେଖିଛନ୍ତି, “ଆମର ଓ ସାରା ଦୁନିଆର ଅନେକ କାର୍ଯ୍ୟକ୍ରମ କୋଭିଡ-୧୯ ପାଇଁ ବନ୍ଦ ରହିଛି । ଅତିଶୀଘ୍ର କାମକୁ ଫେରିବାକୁ ଆଶା ରଖିଛୁ ।”

Leave A Reply

Your email address will not be published.