Latest Odisha News

BREAKING NEWS

ଗଜପତିରୁ ୫୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ଏକ ଟ୍ରକ୍ ଭିତରୁ ପୋଲିସ ପ୍ରାୟ ୧୦ କ୍ୱିଣ୍ଟାଲ୍ ଓଜନର ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ।

ମିଳିଥିବା ସୂଚନାନୁଯାୟୀ ପୋଲିସ ପକ୍ଷରୁ ଜାରି ରାତ୍ରୀ ପାଟ୍ରୋଲିଂ ସମୟରେ ମୋହନା ନିକଟରେ ଏକ ପିଆଜ ବୋଝେଇ ଟ୍ରକରୁ ମାଦକ ଦ୍ରବ୍ୟ ଭର୍ତ୍ତି ୩୮ଟି ପ୍ଲାଷ୍ଟିକ୍ ବ୍ୟାଗ୍ ଜବତ କରାଯାଇଥିଲା ।
ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ମାନେ ରାଉରକେଲାର ନିଖିଳ କୁମାର ଓ ଅନୁରାଗ କୁମାର ବୋଲି ଜଣାପଡିଛି । ଏଥିସହିତ ପୋଲିସ ଟ୍ରକ୍ ମଧ୍ୟ ସିଜ୍ କରିଛି ।

ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ହେବ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରହିଥିବା ପୋଲିସ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.