Latest Odisha News

BREAKING NEWS

ବିବାହ ଦିନ ନାବାଳିକାକୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଗଞ୍ଜାମ : ବିବାହ ଆଗରୁ ଉଦ୍ଧାର ହେଲା ନାବାଳିକା ଝିଅ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଗ୍ରାମ ସିଦ୍ଧେଶ୍ଵର କଲୋନୀ ର ଜୈନକ ବ୍ୟକ୍ତି ନିଜ ନାବାଳିକା ଝିଅର ବାହାଘର କରାଉଥିଲେ । ଏନେଇ ସ୍ଥାନୀୟ ପ୍ରଶାସନ ବାହାଘରରେ ପହଞ୍ଚି ନାବାଳିକା ଝିଅକୁ ଉଦ୍ଧାର କରିବା ସହ ତାର ବିବାହକୁ ଅଟକାଇ ଥିଲେ।

ପ୍ରାପ୍ତ ସୂଚନା ଅନୁସାରେ ଉକ୍ତ ଗ୍ରାମ ର ଜଣେ ୧୭ ବର୍ଷୀୟ ନାବାଳିକା ଝିଅର ବାହାଘର ତିରିଡା ଗ୍ରାମର ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ରାତି ପାହିଲେ ତାର ବିବାହ ହୋଇଥାନ୍ତା । ଭୋଜିଭାତ ଆଇଜନ ସାଙ୍ଗକୁ ବନ୍ଧୁ ବାନ୍ଧବ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । କୌଣସି ସୂତ୍ର ରୁ ଖବର ପାଇ ସି ଡି ପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ , ବେଗୁନିଆପଡ଼ା ଫାଣ୍ଡି ପୋଲିସ ର କର୍ମକର୍ତ୍ତା, ପରିଦର୍ଶିକା ରଞ୍ଜିତା ବିଶୋୟୀ, ଅଙ୍ଗନୱାଡି କର୍ମୀ ଅହଲ୍ୟା ଦେବୀ, ଗ୍ରାମ ଭଦ୍ରବ୍ୟକ୍ତି ପ୍ରମୂଖ ଉପସ୍ଥିତ ଥିଲେ । ଏମାନେ ପୁଅ ଘରେ ପହଂଚି ବୟସ ହୋଇନାହିଁ ବୋଲି କହି ବିବାହ ବନ୍ଦ କରିବା ପାଇଁ କହିବା ସହ ଝିଅ ଏବଂ ପୁଅ ର ଅଭିଭାବକଙ୍କ ଠାରୁ ଏକ ଚୁକ୍ତିନାମା ପତ୍ରରେ ଦସ୍ତଖତ କରି ନେଇଛନ୍ତି l ସେପଟେ ବର ପକ୍ଷରୁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଏହି ଘଟଣା ପରେ ସମସ୍ତେ ଚିନ୍ତାଗ୍ରସ୍ତ ହେବା ସହ ଝିଅ କୁ ବୟସ ହୋଇସାରିବା ପରେ ସେ ସେଇଠାରେ ହିଁ ବିବାହ କରିବା ପାଇଁ ସ୍ଥିର ହୋଇଥିବା କୁହାଯାଇଛି l

Leave A Reply

Your email address will not be published.