Latest Odisha News

ସଟଡାଉନ ସତ୍ତ୍ୱେ ଖୋଲା ଥିଲା ମିଠା ଦୋକାନ: ସିଲ୍ କଲା ପ୍ରଶାସନ 

ପୋଲସରା: ଗଂଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ବଢ଼ିବାରେ ଲାଗିଛି କରୋନା ପଜେଟିଭ୍ ଙ୍କ ସଂଖ୍ୟା । ଯାହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଲକ୍ ଡାଉନ୍ ଏବଂ ସଟ୍ ଡାଉନ୍ ନିୟମକୁ କଡ଼ାକଡ଼ି ଜାରି କରାଯାଇଛି । ଏପରିକି ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ସବୁ ଦୋକାନ ବନ୍ଦ ବଜାର କରିବା ଲାଗି ନିର୍ଦ୍ଦେଶନାମା ଜାରି ହୋଇଛି । ଏଭଳି ମାରାତ୍ମକ ପରିସ୍ଥିତିରେ ବଜାର ସାହିରେ ଥିବା ମିଠା ଦୋକାନୀ ରବିନ୍ଦ୍ର ସାହୁ ସରକାରଙ୍କ ନିର୍ଦ୍ଦେଶ କୁ ଖୋଲା ଖୋଲି ଉଲଘଂନ କରି ସାମାଜିକ ଦୂରତ୍ୱ କୁ ନମାନି ମିଠା ବିକ୍ରି କରୁଥିବା ପ୍ରଶାସନର ଦୃଷ୍ଟିକୁ ଆସିଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉକ୍ତ ମିଠା ଦୋକାନକୁ ସଂପୂର୍ଣ୍ଣ ସିଲ୍ କରି ଦୋକାନୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ତହସିଲଦାର ସୋହୋନ କୁମାର ବେହେରା ।

Leave A Reply

Your email address will not be published.