Latest Odisha News

BREAKING NEWS

‘ଗରିବ କଲ୍ୟାଣ ରୋଜଗାର ଅଭିଯାନ’: ଲାଭବାନ ହେବେ ୬ ରାଜ୍ୟର ଶ୍ରମିକ

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ହଜାର ହଜାର ପ୍ରବାସୀ ଶ୍ରମିକ ନିଜ ଘରକୁ ଫେରିଛନ୍ତି । ସେମାନେ ରୋଜଗାର ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଏହା ମଧ୍ୟରେ କେନ୍ଦ୍ର ସରକାର ଗରିବ କଲ୍ୟାଣ ରୋଜଗାର ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି । ଏହାକୁ ଜୁନ ୨୦ ତାରିଖରେ ଲଞ୍ଚ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶର ବିଭିନ୍ନ ରାଜ୍ୟରୁ ନିଜ ରାଜ୍ୟରୁ ଫେରିଯାଇଥିବା ଶ୍ରମିକଙ୍କୁ ଏହି ଯୋଜନାରେ ସୁଫଳ ମିଳିବ । ଏହାକୁ ଦେଶର ୬ଟି ରାଜ୍ୟର ୧୧୬ଟି ଜିଲ୍ଲାରେ ଆରମ୍ଭ କରାଯିବ । ୫୦ ହଜାର କୋଟି ଟଙ୍କାର ଏହି ଯୋଜନାରେ ଶ୍ରମିକଙ୍କୁ ୨୫ ପ୍ରକାରର କାମ ଦିଆଯିବ ।

ବିହାର, ଉତ୍ତରପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଝାଡଖଣ୍ଡ ଓ ଓଡିଶାକୁ ଏହି ଯୋଜନାରେ ଫାଇଦା ମିଳିବ । ପ୍ରତି ଜିଲ୍ଲାର ୨୫ ହଜାର ପ୍ରବାସୀ ଶ୍ରମିକ ଏଥିରେ ଉପକୃତ ହେବେ । ଶ୍ରମିକଙ୍କ ସ୍କିଲ୍ ମ୍ୟାପିଂ ମଧ୍ୟ ହେବ ବୋଲି ସରକାର କହିଛନ୍ତି ।

Leave A Reply

Your email address will not be published.