Latest Odisha News

BREAKING NEWS

ଚୀନ ଛାଡି ଭାରତ ଆସିବ ଜର୍ମାନୀର ଜୋତା କମ୍ପାନୀ ଭୋନ ୱେଲେକ୍ସ

ନୂଆଦିଲ୍ଲୀ: ଚୀନ ପ୍ରତି ବିଦେଶୀ କମ୍ପାନୀଗୁଡିକର ମୋହ ଭଙ୍ଗ ହେବାରେ ଲାଗିଛି । ରବିବାର ଜର୍ମାନୀର ପ୍ରତିଷ୍ଠିତ ଜୋତା କମ୍ପାନୀ ଭୋନ ୱେଲେକ୍ସ ଚୀନ ବଦଳରେ ଭାରତର ଆଗ୍ରାରେ କାରଖାନା ବସାଇବା ପାଇଁ ନିଷ୍ପତି ନେଇଛି । ଏଥିପାଇଁ କମ୍ପାନୀ ଲ୍ୟାଟ୍ରିକ ଇଣ୍ଡଷ୍ଟ୍ରିଜ ସହିତ ଚୁକ୍ତି କରିଛି । ବିଶ୍ୱର ୮୦ ଦେଶରେ ଏହି ଜୋତା ବିକ୍ରି ହୁଏ ।

ପୂର୍ବରୁ ଲାଭା ମୋବାଇଲ କମ୍ପାନୀ ମଧ୍ୟ ଚୀନ ବଦଳରେ ଭାରତକୁ ଏଥର ପ୍ରାଥମିକତା ଦେବ ବୋଲି ଘୋଷଣା କରିଛି । କରୋନା ଭାଇରସ ପରେ ଚୀନ ପ୍ରତି କମ୍ପାନୀଗୁଡିକର ବିଶ୍ୱାସ ତୁଟିଛି । ଏହାର ଫାଇଦା ଭାରତ ପକ୍ଷରେ ଯାଉଥିବାରୁ ସରକାର ମଧ୍ୟ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଦେଇଛି । ଆମେରିକା ମଧ୍ୟ ତାର ପ୍ରତିଷ୍ଠିତ କମ୍ପାନୀଗୁଡିକୁ ଭାରତରେ ଇନଭେଷ୍ଟ କରିବା ପାଇଁ କହିଛି ।

Leave A Reply

Your email address will not be published.