Latest Odisha News

BREAKING NEWS

ଛାତ୍ରୀ ରହିଲେ ସବୁଠି ଆଗରେ: +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ଫଳାଫଳ ଘୋଷିତ

ଭୁବନେଶ୍ୱର: ଘୋଷିତ ହେଲା ବହୁ ପ୍ରତିକ୍ଷୀତ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷା ଫଳାଫଳ । ତେବେ ପୁଅ ମାନଙ୍କୁ ପଛରେ ପକାଇ ଝିଅମାନେ ଏହି ପରୀକ୍ଷାରେ ବେଶ୍ କୃତିତ୍ୱ ଅର୍ଜନ କରିଥିବା ଜଣାପଡ଼ିଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ)ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଫଳ ପୁସ୍ତିକାକୁ ଆଜି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଉନ୍ମୋଚନ କରିଛନ୍ତି ।

ଏବର୍ଷ ମୋଟ ୨ ଲକ୍ଷ ୩୦ ହଜାର ୨୦୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପାସ କରିଛନ୍ତି ୧ ଲକ୍ଷ ୫୮ ହଜାର ୩୭୮ ଜଣ ଛାତ୍ରଛାତ୍ରୀ ।

+୨ କଳାରେ ୯୪ ହଜାର ୬୧୯ ଛାତ୍ରୀ ପାସ କରିଥିବା ବେଳେ ୬୩ ହଜାର ୭୫୯ ଜଣ ଛାତ୍ର ପାସ କରିଛନ୍ତି । ସେହିପରି ୧ମ ଶ୍ରେଣୀରେ ୧୯,୯୯୩ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୨ୟ ଶ୍ରେଣୀରେ ୨୬,୦୭୬ ଜଣ ଛାତ୍ରଛାତୀ ପାସ କରିଛନ୍ତି ଏବଂ ୩ୟ ଶ୍ରେଣୀରେ ମୋଟ ୧ଲକ୍ଷ ୧୨ହଜାର ୧୪୩ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପାସହାରରେ ପୁରୀ ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିପାରିଛି ।

+୨ ବାଣିଜ୍ୟରେ ଗତବର୍ଷ ପାସ ହାର ୭୧.୪୩% ଥିବାବେଳେ ଏହି ବର୍ଷ ଭଲ ରେଜଲ୍ଟ ହୋଇ ପାସ ହାର ୭୯.୮୭% କୁ ବୃଦ୍ଧି ପାଇଛି ।

ବାଣିଜ୍ୟରେ ମୋଟ ୨୬,୯୮୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୦,୨୧୬ ଜଣ ଛାତ୍ରଛାତ୍ରୀ ପାସ କରିବାକୁ ସକ୍ଷମ ହୋଇଛନ୍ତି । ତେବେ ଛାତ୍ରୀଙ୍କ ପାସ ହାର ୭୮.୪୮% ଥିବାବେଳେ ଛାତ୍ରଙ୍କ ପାସ ହାର ୭୩.୧୧% ରହିଛି ।

ବାଣିଜ୍ୟରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦୦୬ ଜଣ ୧ମ ଶ୍ରେଣୀ, ୩୭୩୪ ୨ୟ ଶ୍ରେଣୀ ଓ ୧୨,୪୭୦ ଜଣ ୩ୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲା ୯୫.୫୯ ପାସହାରରେ ଶ୍ରେଷ୍ଠ ହୋଇଥିବା ବେଳେ ସବୁଠାରୁ କମ ପାସହାର ଜିଲ୍ଲା ଭାବେ ଦେଓଗଡ଼ ୪୫.୦୭ ହାସଲ କରିଛି ।ପରିକ୍ଷାଥିୀମାନେ ଫଳାଫଳ ଜାଣିବାକୁ ସିଏଚଏସଇ ର ୱେବସାଇଟ୍ www.chseodisha.nic.in I www.orissaresults.nic.in କୁ ଲଗଅନ୍ କରିପାରିବେ ।

Leave A Reply

Your email address will not be published.