Latest Odisha News

ପଦ୍ମଶ୍ରୀ ଭବାନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ରାଜ୍ୟପାଳ

ଭୁବନେଶ୍ୱର : ପରଲୋକାଗତ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନେତା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଆଜି ସକାଳେ ଭୁବନେଶ୍ୱର ରାଜମହଲ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପଅର୍ପଣ କରିବା ସହ ଶ୍ରଦ୍ଧାଂଜଳି ଜଣାଇଥିଲେ । ଏଥି ସହ ତାଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଥିଲେ ରାଜ୍ୟପାଳ ।

ରାଜ୍ୟପାଳଙ୍କ ବ୍ୟତୀତ ଅନେକ ବିଶିଷ୍ଟ ବ୍ୟକ୍ତି, ରାଜନେତା ଓ ଅନ୍ୟମାନେ ତାଙ୍କ ଶେଷ ଦର୍ଶନ କରିଛନ୍ତି ।

ଗୁରୁବାର ଭବାନୀ ପଟ୍ଟନାୟକଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା ।

Leave A Reply

Your email address will not be published.