Latest Odisha News

BREAKING NEWS

ଗୋବିନ୍ଦାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଶୁଭାରମ୍ଭ

ମୁମ୍ବଇ: ବଲିଉଡ଼ର ଲୋକପ୍ରିୟ କଳାକାର ଗୋବିନ୍ଦା ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଲଞ୍ଚ୍ କରିଛନ୍ତି। ତାଙ୍କ ଚ୍ୟାନେଲର ନାଁ ରହିଛି  ଗୋବିନ୍ଦା ନଂ-୧। ବର୍ତ୍ତମାନ ତାଙ୍କ ହାତରେ କୌଣସି ଚଳଚ୍ଚିତ୍ର ନ ଥିବାରୁ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହୋଇ ରହିବାକୁ ସେ ଆଗେଇ ଆସିଛନ୍ତି। ଏହି ଚ୍ୟାନେଲ ଜରିଆରେ ଗୋବିନ୍ଦା ନିଜେ ଗାଇଥିବା କିଛି ଗୀତ ଏବଂ ପ୍ରଶଂସିତ ଅଭିନୟ କରିଥିବା ଫିଲ୍ମର ଦୃଶ୍ୟ ରହିବ ।

ଭାଲେଣ୍ଟାଇନ୍ସ ଡେ’ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଚ୍ୟାନେଲ ଜରିଆରେ ଦର୍ଶକଙ୍କୁ ନିୟମିତ ମନୋରଞ୍ଜନର ଖୋରାକ ଯୋଗାଇବେ ବୋଲି ଗୋବିନ୍ଦା କହିଛନ୍ତି।

Leave A Reply

Your email address will not be published.