Latest Odisha News

BREAKING NEWS

ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା, ମିଳିଲା ଅନୁମତି

ଭୁବନେଶ୍ୱର: ପାଳନ ହେବ ବାବା ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଉତ୍ସବ । କଟକଣା ଭିତରେ ସମ୍ପନ୍ନ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏନେଇ ବିଏମ୍‌ସି କମିଶନର ପକ୍ଷରୁ ମିଳିଛି ଅନୁମତି । ବ୍ରାହ୍ମଣ ନିଯୋଗ ସମିତିର ପ୍ରସ୍ତାବକୁ ବିଏମ୍‌ସି ପକ୍ଷରୁ ସବୁଜ ସଂକେତ ମିଳିଛି । ତେବେ ଏଥିପାଇଁ କେତେକ କଟକଣା ମଧ୍ୟ ରଖଯାଇଛି ।

ବିନା ଶୋଭାଯାତ୍ରା ଓ ସାଜସଜ୍ଜାରେ ଏହି ଦେବନୀତି ଅନୁଷ୍ଠିତ ହେବ । ସାମାଜିକ ଦୂରତା ରହିବା ସହିତ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି । ମୋଟ ୭ଜଣ ସେବାୟତଙ୍କ ଉପସ୍ଥିତିରେ ଦେବନୀତି ସମ୍ପର୍ଣ୍ଣ ହେବ । ନୀତିର ଦାୟିତ୍ୱରେ ଥିବା ସୀମିତ ସେବାୟତ ହିଁ ଏହି ଶୀତଳ ଷଷ୍ଠୀ କାର‌୍ୟ୍ୟକ୍ରମରେ ସାମିଲ ହେବେ ।

ସେମାନଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ଥଣ୍ଡା, କାଶ ଭଳି ଲକ୍ଷଣ ଥିଲେ ସେମାନେ ଏଥିରେ ସାମିଲ ହୋଇ ପାରିବେ ନାହିଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ମନ୍ଦିର ପ୍ରଶାସନ, ବିଏମସି ଏବଂ ବିଭିନ୍ନ ନିଯୋଗର ସଦସ୍ୟଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.